STORYMIRROR

Apalata Aruk

Tragedy Others

3  

Apalata Aruk

Tragedy Others

ଗାଆଁରୁ ହଜିଛି ରଜ

ଗାଆଁରୁ ହଜିଛି ରଜ

1 min
5

  

ରଜ ଏକ ପର୍ବ ନୁହେଁ ମୁଗ୍ଧ ଅନୁଭବ,

ଆମ ପାଇଁ ଗର୍ବ ସେତ ଆମ ଗଉରବ ।

ନାହିଁ ସେହି ଅନୁଭବ ଆଜିର ରଜରେ,

ରଜଟା ଜୀଇଁଛି ଖାଲି ଟିଭି ପରଦାରେ ।

କୃତ୍ରିମ ଲାଗୁଛି ଆଜି ରଜର ପାର୍ବଣ,

ରଜସଜ ପିଠାପଣା ସବୁତ ସପନ ।

ପିଜା ଚାଉମିନ୍ ଆଜି ଲାଗୁଛି ବଢିଆ,

ଦୋଳି ନୁହେଁ ମୋବାଇଲ କରିଛି କିମିଆଁ।

ରଜଦୋଳିର ଆଜି ସେ ଆକର୍ଷଣ ନାହିଁ,

ରଜ ପାର୍ବଣର ଆଉ ପୁଲକ ବା କାହିଁ !

ନାହିଁ ରଜଗୀତ ନାହିଁ କୁଆଁରୀଙ୍କ ମେଳ,

ନାହିଁ ଆଉ ଲୁଡୁ ତାସ ବାଗୁଡିର ଖେଳ ।

ଗାଆଁରୁ ହଜିଛି ଆଜି ରଜ ପରମ୍ପରା,

ଜୀବନ ଲାଗୁଛି ଖାଲି ଅଧୁରା ଅଧୁରା।

ଚାଲ ଥରେ ଫେରିଯିବା ପୁରୁଣା ଦିନକୁ,

ଫେରେଇ ଆଣିବା ଆମ ରଜ ସଂସ୍କୃତିକୁ ।


Rate this content
Log in

Similar oriya poem from Tragedy