ସ୍ୱଚ୍ଛ ପରିବେଶ ସୁସ୍ଥ ପରିବେଶ
ସ୍ୱଚ୍ଛ ପରିବେଶ ସୁସ୍ଥ ପରିବେଶ
****💐****💐****💐****💐****
ମଣିଷ ନିଜକୁ ଭାବୁ
ମହା ପରାକ୍ରମୀ,
ସବୁ ସୀମା ସରହଦ
ଯାଉ ଅତିକ୍ରମି।
ଜଳ ସ୍ଥଳ ଆକାଶରେ
ତୋର ଅତ୍ୟାଚାର,
ଧ୍ବଂସ କଲୁ ପରିବେଶ
ନାହିଁ ତୋ ବିଚାର ।
ଶ୍ରେଷ୍ଠ ଜୀବ ବୋଲାଉଛୁ
ହେଲେ ତୁ ଅଜ୍ଞାନୀ,
ଉଜାଡିଲୁ ମାଟି ପାଣି
ସବୁଜ ବନାନୀ।
ଆବର୍ଜନାମୟ କଲୁ
ପରିବେଶ ତୋର,
ସୁସ୍ଥ ପରିବେଶରେ ତୁ
ଭରିଲୁ ଜହର ।
ବଢୁଛି ବିଶ୍ୱତାପନ
ବଢୁଛି ମରୁଡ଼ି,
ଅଦିନରେ ବାତ୍ୟା ପୁଣି
ଅଦିନରେ ବଢି ।
ଏବେବି ସମୟ ଅଛି
ହୁଅ ସଚେତନ,
ବେଳଥାଉଁ କର ସର୍ବେ
ପ୍ଲାଷ୍ଟିକର ବର୍ଜନ ।
ସ୍ୱଚ୍ଛ ରଖ ପରିବେଶ
ସୁସ୍ଥ ହେଉ ବିଶ୍ୱ,
ବୃକ୍ଷକୁ ବଞ୍ଚାଇରଖ
ସେ ଆମ ସର୍ବସ୍ୱ ।
ବିଶ୍ୱ ପରିବେଶ ଯେଉଁ
ଦିବସ ପାଳନ,
ଦିନଟିଏ ନୁହେଁ ତାହା
ହେଉ ପ୍ରତିଦିନ ।
ଅପଲତା ଆରୁକ
ମନୋହରପୁର, ମୟୂରଭଞ୍ଜ
