STORYMIRROR

Apalata Aruk

Others

4  

Apalata Aruk

Others

ସୁନାବେଶ

ସୁନାବେଶ

1 min
9


ସୁନା ଠାକୁର ହେ ସୁନାବେଶ ତୁମ
ସପନେ ମୁଁ ଦେଖେ ନିତି,
ବିଶ୍ୱରୂପ ତୁମ  ବେଶ ସମ୍ମୋହନ
ଦର୍ଶନେ ପରମ ପ୍ରାପ୍ତି ।

ରାଜରାଜେଶ୍ୱର ବେଶ ମନୋହର
ଆହା କେଡେ ମନୋଲୋଭା,
ରତ୍ନ ଆଭୂଷଣ  ଦିବ୍ୟ ଆକର୍ଷଣ
କି ବର୍ଣ୍ଣିବି ତୁମ ଶୋଭା।

ଶ୍ରୀପୟର ସାଥେ ଶ୍ରୀଭୁଜ ସୁନ୍ଦର
ଭକତର ମନ ମୋହେ,
  କର୍ଣ୍ଣରେ କୁଣ୍ଡଳ ମସ୍ତକେ କିରୀଟ
ଗଳାରେ ଘାଗଡା ଶୋହେ ।

ବାହାଡା ସେବତୀ କଦମ୍ବମାଳିକୁ
ତ୍ରିଖଣ୍ଡିକା ଆଡକାନି ।
ଚନ୍ଦ୍ରସୂର୍ଯ୍ୟ ଝୋବା ଅଳକା ଚନ୍ଦ୍ରିକା
ସୁନାପଟି ଓଡିଆଣି।

ମହଣ ମହଣ ସୁବର୍ଣ୍ଣରେ ତୁମେ
ଝଟକୁଛ ଦାଉଦାଉ,
ଦୁର୍ଲଭ ତୁମର  ସୁନାବେଶ ପ୍ରଭୁ
ଏ ନୟନ ଦେଖୁଥାଉ।

ଅପଲତା ଆରୁକ
ମନୋହରପୁର,ମୟୂରଭଞ୍ଜ


Rate this content
Log in