STORYMIRROR

Apalata Aruk

Others

4  

Apalata Aruk

Others

ସଂସ୍କାର

ସଂସ୍କାର

1 min
3

ଶିକ୍ଷା ସିନା ମାନବର ଜ୍ଞାନକୁ ବଢାଏ,
ଜୀବନ ଜୀଇଁବା କଳା 'ସଂସ୍କାର' ଶିଖାଏ।

 ସଂସ୍କାର ବ୍ୟକ୍ତିକୁ କରେ ନମ୍ର ଶୃଙ୍ଖଳିତ,
ସତ୍ୟ ଦୟା କ୍ଷମା ଗୁଣେ କରାଏ ଦୀକ୍ଷିତ ।

 ଶିଖାଏ ସେ ଉଦାରତା ପର ଉପକାର,
 ଗୁରୁଜନଙ୍କୁ ସମ୍ମାନ ସାନଙ୍କୁ ଆଦର ।

 ସଂସ୍କାର ସଭିଙ୍କୁ ସଦା ଦେଖାଏ ସୁପଥ,
ବ୍ୟକ୍ତି ଚରିତ୍ରକୁ ସଦା କରଇ ମାର୍ଜିତ ।

 ସଂସ୍କାର କରାଏ ସୁସ୍ଥ ସମାଜ ଗଠନ,
 ସଂସ୍କାର ଲାଗି ସଂସ୍କୃତି ସର୍ବଦା ମହାନ ।

 ବାଲ୍ୟକାଳୁ ଦେଉଥିଲେ ଶିଶୁକୁ ସଂସ୍କାର,
ବସୁଧା ହେବ କୁଟୁମ୍ବ ହସିବ ସଂସାର ।

 ଅପଲତା ଆରୁକ
ମନୋହରପୁର,ମୟୂରଭଞ୍ଜ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍