STORYMIRROR

Apalata Aruk

Others

4  

Apalata Aruk

Others

ଅନୁତାପ

ଅନୁତାପ

1 min
2



ମଣିଷ ମାତ୍ରକେ ଭୁଲ କରିଥାଏ
କରିଥାଏ ପୁଣି ପାପ,
ସେଇ ଭୁଲ ପାଇଁ ଦିନେ ନା ଦିନେ ତ
 ଆସିଥାଏ ଅନୁତାପ ।

 ଅନୁତାପ ଆଣେ ମନରେ ସୁଧାର
 କରଇ ତାକୁ ମାର୍ଜିତ,
ଭୁଲ ମଣିଷଟା ଭଲ ହୋଇଯାଏ
  ମିଳଇ ତାକୁ ଇଜ୍ଜତ ।

 ଅନୁତାପ ଦିଏ ପ୍ରାଣରେ ପ୍ରଶାନ୍ତି
 ବଦଳିଯାଏ ସ୍ୱଭାବ,
ହୃଦୟକୁ କରିଥାଏ ସେ ଉଦାର
 ଜାଗେ ଆପଣାର ଭାବ ।

 ଜୀବନରେ ଯଦି ଭୁଲ କରିଥାଅ
ନିଜକୁ ସୁଧାରିନିଅ,
ନିଜ ଭୁଲ ଲାଗି ହୁଅ ଅନୁତପ୍ତ
 ସଭିଙ୍କର ପ୍ରିୟ ହୁଅ ।

 ଭୁଲ କରି କେହି ଅନୁତାପ କଲେ
ଛୋଟ ହୋଇଯାଏ ନାହିଁ,
ଅନୁତାପ ବିନା ଅର୍ଜିତ ପାପର
ପ୍ରାୟଶ୍ଚିତ ଅବା କାହିଁ !

 ଅପଲତା ଆରୁକ ମନୋହରପୁର ମୟୂରଭଞ୍ଜ


Rate this content
Log in