ଆମ ତ୍ରିରଙ୍ଗା ଆମରି ଗର୍ବ
ଆମ ତ୍ରିରଙ୍ଗା ଆମରି ଗର୍ବ
1 min
3
ଆମ ତ୍ରିରଙ୍ଗା ଆମରି ଗର୍ବ
ସେ ଆମ ଗଉରବ,
ସେ ଆମ ଆଶା ସେ ଆମ ସ୍ବପ୍ନ
ସେଇହିଁତ ଆମ ସର୍ବ ।
ତିନି ରଙ୍ଗର ସମାହାରରେ
ଅପରୂପ ତାର ଶୋଭା,
କେଶରୀ ଶ୍ୱେତ ସବୁଜ ରଙ୍ଗେ
ଆହାକେଡେ ମନୋଲୋଭା।
କେଶରୀ କହେ ତ୍ୟାଗ ବୀରତ୍ୱ
ବଳିଦାନର ଯେ କଥା,
ଶ୍ୱେତ ରଙ୍ଗରେ ନିହିତ ଅଛି
ସତ୍ୟ ଶାନ୍ତି ପବିତ୍ରତା।
ସବୁଜ ରଙ୍ଗେ ସମୃଦ୍ଧି ଆଉ
ଅଛି ପ୍ରଗତିର ବାର୍ତ୍ତା,
ତ୍ରିରଙ୍ଗା ଦିଏ ଗୋଟିଏ ମନ୍ତ୍ର
ବିଭିନ୍ନତାରେ ଏକତା।
ସେଇ ତ୍ରିରଙ୍ଗା ଆମ ଜୀବନ
ସେଇତ ଆମ ସ୍ପନ୍ଦନ ,
ରଖିବା ମାନ ସେ ତ୍ରିରଙ୍ଗାର
ତାହାକୁ କୋଟି ନମନ ।
ଅପଲତା ଆରୁକ
ମନୋହରପୁର, ମୟୂରଭଞ୍ଜ
