ମାତୃ ଦିବସ
ମାତୃ ଦିବସ
1 min
0
ମାଆକୁ ମୁଁ ଭଲପାଏ ,
ଅନ୍ତରରେ ପୂଜୁଥାଏ,
ପ୍ରତିଟି ନିମିଷ,
ଜମା ନୁହେଁ ଥରଟିଏ,
ପ୍ରତିଟି ଦିବସ ହୁଏ,
ମୋ ମାତୃ ଦିବସ ।
ତା' ସ୍ନେହରେ ଭିଜୁଥାଏ,
ତା' ସ୍ମୃତିରେ ହଜୁଥାଏ,
ମୁଁ ଯେ ଅହର୍ନିଶ,
ସେଇ ମୋର ସାତ ସୁଖ,
ହରିନିଏ ଯେତେ ଦୁଃଖ,
ଢାଳେ ସେ ପୀୟୁଷ ।
ଅପଲତା ଆରୁକ
ମନୋହରପୁର ମୟୂରଭଞ୍ଜ
