STORYMIRROR

Aparti Charan Sethi

Tragedy Others

3  

Aparti Charan Sethi

Tragedy Others

ଜୀବନ ଯାତ୍ରା

ଜୀବନ ଯାତ୍ରା

1 min
18


କେବେ କଣ୍ଟକିତ ଏ ଜୀବନ ଯାତ୍ରା

   କେବେ ପୁଣି କୁସୁମିତ,

କେବେ ଉଲ୍ଲସିତ ଜୀବନର ଅଙ୍କ

   କେବେ ପୁଳା ପୁଳା କଷ୍ଟ।

କେବେ ଜଞ୍ଜାଳର ଓଜନିଆ ବୋଝ

   କେବେ ମାୟା ନାଗଫାଶ,

କେବେ ମନ ବନେ ସୁନ୍ଦର ଗୋଲାପ 

   କେବେ ଓଠ ତଳ ହସ।

କେବେ ଫଗୁଣର ମଳୟ ପରଶ

    କେବେ ଶ୍ରାବଣର ଲୁହ,

କେବେ ବୈଶାଖୀର ହୃଦପୋଡା ତାତି

   କେବେ ନିଛାଟିଆ ଭୟ।

କେବେ ପୁଣି ଖରା କେବେ ପୁଣି ଛାଇ

   କେବେ ଲୁହ କେବେ ଲହୁ,

କେବେସେମୌସୁମୀକେବେ ସିଏପୁଣି

   କାଳ ବୈଶାଖୀର ଦାଉ।

କେବେ ଆଶାବରୀ‌ କେବେ ଭବବାରି

   କେବେ ରୋଗ କେବେ ଶୋକ,

କେବେ ତ ଜହର କେବେ ବି ଅମୃତ

    ଜୀବନ ଯାତ୍ରାର ପଥ।

କେବେସେ ପୁନେଇଁ କେବେ ଅମାରାତି  

  କେବେ ପ୍ରେମ କେବେ ଧୋକା,

କେବେ ସାଥୀମେଳ ଜୀବନ ସୁନ୍ଦର

   କେବେ ପୁଣି ଏକା ଏକା।

କେବେ ସେ ଶୀତଳ ଝରଣାର ସ୍ରୋତ

   କେବେ ଜୀବନଟା ଶାନ୍ତ,

କେବେମରୁଦ୍ଯାନେହାହାକାରକେବେ

    ଜୀବନଟା ଜର୍ଜରିତ।

କେବେ ନିଷ୍କପଟ କ‌ଅଁଳ ଶିଶୁର

    ସତେ ହସ ଖିଲିଖିଲି,

କେବେ ଏ ଜୀବନ ଯାତ୍ରା କପଟର‌

    ମାୟା ମୋହ ଚୋରାବାଲି‌।

କେବେ ଶକୁନିର ପଶାକାଠି ସମ

    ଆମ ଏ ଜୀବନ ଯାତ୍ରା,

କେବେ ଜୀବନର ମୁକତି‌ ସଙ୍ଗୀତା

    ଅବା ଭାଗବତ ଗୀତା।

କେବେ ଉଠାଣିଆ‌ କେବେ ଗଡାଣିଆ

   ଏ ଜୀବନ ଯାତ୍ରା ପଥ,

କେବେ ସୁଖ ଆଉ ପୁଣି କେବେ ଦୁଃଖ

   ଧରିଥାନ୍ତି ଆମ ହାତ।

କେବେ ହାର୍‌ଜିତ୍‌ ଜୟ ପରାଜୟ

   ଜୀବନ ଯାତ୍ରାର ଦୃଶ୍ୟ,

କେବେ ଅନୁଭୂତି କେବେ ଯଶ କୀର୍ତ୍ତି 

   କେବେ ଆଶା,ଅବଶୋଷ।

ଆବଡା‌ ଖାବଡା ପଥେ ଗଡ଼େ ସଦା

   ଏଇ ଦେହ ନନ୍ଦିଘୋଷ,

ଗଡିଗଡି ଯାଏ ମରଣ ପାଖରେ

   ଯାତ୍ରା କରିଥାଏ ଶେଷ।

ଏନ୍ତୁଡିରୁ ଜୂଈ ଅବିଶ୍ରାନ୍ତ ଏଇ

   ଆମ ଏ ଜୀବନ ଯାତ୍ରା,

ରଥରୁ ସାରଥୀ ବାହୁଡିବେ ଯଦି

   ସେଇଠି ସରିବ କଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy