STORYMIRROR

Panchanan Jena

Tragedy

3  

Panchanan Jena

Tragedy

ସ୍ନେହ ନିର୍ମାଲ୍ୟ

ସ୍ନେହ ନିର୍ମାଲ୍ୟ

1 min
16


ଯାହାର ସ୍ମୃତିରେ ଅଥୟ ମସ୍ତିସ୍କ ମନ

ରାତି ପାହିଯାଏ ସରେନା ସଘନ ସପନ

ଭେଟ ହେଲା ପରେ ଅକସ୍ମାତେ 

କହି ପାରେ ନାହିଁ କାହିଁ ଏ ବ୍ୟର୍ଥ ଆନନ 


ଯାହାର ବିରହେ ଝରେ ତତଲା ରୁଧିର 

ଆଖି କୋଣ ଡେଇଁ ପାରେ ରହି ଉଜାଗର

ଦୂରୁ ଦେଖିଦେଲା ପରେ ଅଜାଣତେ

ପ୍ରକାଶ କରି ପାରେ କାହିଁ ନତ ଜାନୁ ବଦନ


ଯାହାର ଶ୍ରୀମୁଖ ଭାସେ ମନ ଆଇନାରେ

କପୋଥ କଥନ ଚାଲେ ସ୍ୱପ୍ନ ରାଇଜରେ

ମେଳାରେ ଗହଳିରେ ମିଶିଲେ ସାକ୍ଷାତେ

 କୁଣ୍ଠାବୋଧ କରେ କାହିଁ ଚୁପ୍ ଚାପ୍ ସ୍ପନ୍ଦନ


ଯାହାର କଳ୍ପନା ବିଳାସରେ ସରେ ନିରୋଳା ପ୍ରହର

ବିତିଥିବା କଥା ସ୍ମରି ରଚେ ପ୍ରେମର ମୀନାର

ଭୋଜିରେ ଦେଖିଲେ ଗପିଲେ ସମ୍ମତେ

 ଲଜ୍ୟାନତ ଶରୀର କାହିଁ ପ୍ରଗଳ୍ଭ ଅଧର ମଉନ


ଯାହାର ବାହୁବନ୍ଧନରେ କଟିଥିଲା କେଇ କ୍ଷଣ

ଚୁମ୍ବନ ମିଳନ ପରେ ଘଣ୍ଟା ଘଣ୍ଟା ସ୍ନେହ ସମ୍ଭାଷଣ

ରାସ୍ତାରେ ଦେଖିନେଲେ କେବେ ଅବିଳମ୍ବେ

ସ୍ଥିର ହୋଇ ଯାଏ କାହିଁ ମୋହଗ୍ରସ୍ତ ଚୈତନ


ଯାହାର ସାନିଧ୍ୟ ପାଇ ଖିଲି ଖିଲି ଶତଦଳ

ଯୌବନ ତରଙ୍ଗରେ କାତ ମାରି ମାରି ପାଗଳ

ମନ୍ଦିର ପ୍ରବେଶ ପଥେ ମିଶିଲେ ନୟନେ

ବାରମ୍ଵାର କରୁଥାଏ କାହିଁ କଣେଇ ଦର୍ଶନ


ଯାହାର ସ୍ପର୍ଶରେ ମିଳେ ଅମୃତ ମଣୋହି

ଛୁଇଁ ଦେଲେ ଅଙ୍ଗେ ଅଙ୍ଗେ ପ୍ରୀତି ସାହାନାହି

ବଜାରେ ଦୋକାନେ ମୁରୁକି ହସିଲେ

ଶୟନେ ସପନେ କାହିଁ କହି ନ ପାରଇ ମନ


ବୋଧହୁଏ ଏହି ସବୁ ପ୍ରେମ କୈବଲ୍ୟ 

ଅନ୍ୟ ର ହାତ ଧରିଲେ ବି

ଅନ୍ୟ ର ଭୃଣ ପାଳିଲେ ବି

ମନ ଦେଇ ପାରେନା ସ୍ନେହ ନିର୍ମାଲ୍ୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy