STORYMIRROR

Panchanan Jena

Tragedy

3  

Panchanan Jena

Tragedy

ଶେଷ ଜବନିକା

ଶେଷ ଜବନିକା

1 min
12


 ପତ୍ର ପାଚିବ 

ହଳଦିଆ ଦିଶିବ

ପୁଣି ଶୁଖିବ ଡାଳରେ

ଡେମ୍ଫ ଛାଡି ଝଡି ପଡିବ

ଛିନ୍ନ କରି ଖସି ପଡିବ

ସରିବ ସବୁ ସଂପର୍କର ଗ୍ରନ୍ଥି

ଜୀବନର ପରିସମାପ୍ତି

ବିନା ପ୍ରଶ୍ନରେ 

ବିନା କାରଣରେ

ନିରୀହ ନିର୍ଦ୍ଦୋଷ ମାନଙ୍କ ପରି 

ଶେଷ ଜବନିକା ପ୍ରାପ୍ତି ।


ପ୍ରକୃତିର ନିୟମ ନିଷ୍ଠୁର

ଛୁଆରୁ ବୁଢା 

କଞ୍ଚାରୁ ପାଚିଲା

କଅଁଳରୁ ପାକଳ

ପୁଣି ଦିନେ ଶେଷ ହେବ ଜୀବନ ସ୍ଵାକ୍ଷର ।


ମୋତେ ଲାଗେ

ବୋଧେ ନୂଆକୁ ଦେବା ଅବସର

ଯୌବନର ସୌଦାଗର ହେଉ ଆଗୁସାର

ବୃଦ୍ଧ ହେଇପାରେ ପ୍ରଜ୍ଞାନୀ ପ୍ରବୀଣ

ମାତ୍ର ଜୀର୍ଣ୍ଣ ଶୀର୍ଣ୍ଣ ରୁଗ୍ଣ 

ଅନୁଭବରେ ପାରଙ୍ଗମ ହୋଇପାରେ

ମାତ୍ର ସମ୍ଭାଳି ପାରିବିନି କମାଣ ।


ସମସ୍ୟା ତ ଆସିବ

ସମାଧାନ ବି ଦିଶିବ

ମାତ୍ର କୌଶଳ କୁ କାମରେ

ମାତ୍ର ବୃଦ୍ଧିକୁ ସମ୍ଭାବନାରେ

ତରୁଣ ହିଁ ଶ୍ରେଷ୍ଠ ସମାଧାନ ।


କଞ୍ଚା ପତର ହିଁ

 ପାଚିଲା ଠାରୁ ପାରିଲା

ଶୁଖିଲା ଠାରୁ ମାରିଲା

ଝଡିବା ଓ କଅଁଳବା

ଝରିବା ଓ ଗଢିବା

ବୋଧେ ସୃଷ୍ଟିର ନିୟମ 

ମାନିଲେ ସନ୍ତୁଳନ

ନ ମାନିଲେ ଝାମେଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy