Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Tragedy

4  

Ajit Kumar Raut

Tragedy

ଭାଷାର ଅଧିକାର ମିଳୁ

ଭାଷାର ଅଧିକାର ମିଳୁ

1 min
449



ସମ୍ବିଧାନେ ଅଛି ଶିକ୍ଷା ଅଧିକାର

ବିଚ୍ଛନ୍ନାଚଳରେ ମିଳୁ,

ଦ୍ବିତୀୟ ଭାଷାଟି ଝାଡ଼ଖଣ୍ଡ ରାଜ୍ୟେ

ଓଡ଼ିଆରେ ଶିକ୍ଷା ମିଳୁ ।


ବହି ମିଳୁ ନାହିଁ ଓଡ଼ିଆ ଭାଷାର

ଓଡ଼ିଆ ଶିକ୍ଷକ ନାହିଁ,

କିପରି ପଢିବେ ଓଡ଼ିଆରେ ପାଠ

କାହାରିତ ଧ୍ୟାନ ନାହିଁ ।


ଓଡ଼ିଆ ଭାଷାକୁ ହଟାଇ ଦେଲେଟି

JPSC ପରୀକ୍ଷାରୁ,

କେଉଁ ଉଦ୍ଦେଶ୍ୟରେ ହେଲା ଏହୁ କାର୍ଯ୍ୟ

ଆମ ଭାଷା ଅଧିକାରୁ ।


ଓଡିଶା ବିଚ୍ଛନ୍ନା ବିଚ୍ଛନ୍ନାଚଳଟି

ଭାଷା ଶୁନ୍ୟ ଅଛି ଏବେ,

ବିହାର ଅଧିନେ ଥିଲା ଯେବେ ଭୂମି

ଭାଷାପୂର୍ଣ୍ଣ ଥିଲା ତେବେ ।


ଶିକ୍ଷକ ଭି ଥିଲେ ଓଡ଼ିଆ ଭାଷାର

ବହି ମିଳୁ ଥିଲା ତେବେ,

ଝାଡ଼ଖଣ୍ଡ ରାଜ୍ୟୁ ଶୂନ୍ୟ ସବୁ ହେଲା

ହୁଏ ଆନ୍ଦୋଳନ ଏବେ ।


ବିହାରୁ ଅଲଗା ହେଲା ପୁଣି ଭୂମି

ରାଜ୍ୟ ଝାଡ଼ଖଣ୍ଡ ହେଲା,

ଭାଷାର ଗୌରବ ଆମ ଅଧିକାର

ସବୁ କିଛି ଶୁନ୍ୟ ହେଲା ।


ମଝି ଧାରେ ଛାଡି ଅଦେଖା କାହିଁକି

ଧ୍ୟାନ ପଡୁ ନାହିଁ କାର,

ଦୁଇ ସରକାର କରନ୍ତୁ ଟି ଚିନ୍ତା

ମିଳୁ ଆମ ଅଧିକାର ।


ଓଡିଶା ରାଜ୍ୟକୁ ଗୁହାରି ଆମର

ପଡୁ ଧ୍ୟାନ ଭାଷା ପ୍ରତି,

ବିଚ୍ଛନ୍ନାଚଳରେ ଓଡ଼ିଆ ରେ ଶିକ୍ଷା 

ମିଳୁ ଜନଜନ ପ୍ରତି ।


ଆମେ ଝାଡ଼ଖଣ୍ଡୀ ଆମ ଝାଡ଼ଖଣ୍ଡ 

ଓଡ଼ିଆ ଭାଷୀ ହିଁ ଆମେ,

ଓଡ଼ିଆ ରେ ଶିକ୍ଷା ଆମ ଅଧିକାର

ଦ୍ବିତୀୟ ଭାଷୀ ଭି ଆମେ ।


କାହିଁ ପାଇଁ ଏଠି ବହି ମିଳୁ ନାହିଁ

ଓଡ଼ିଆର ଶିକ୍ଷା ପାଇଁ,

ଓଡ଼ିଆ ସ୍କୁଲେ ଓଡ଼ିଆ ଶିକ୍ଷକ

ନ ଦିଅ ଟି କାହିଁ ପାଇଁ ।


ପରୀକ୍ଷାରୁ କିମ୍ପା ବଞ୍ଚିତ କରୁଛ

ଚିନ୍ତା ଲାଗୁ ଅଛି ଏବେ,

ଦ୍ବିତୀୟ ଭାଷାର ମାନ୍ୟତା ମିଳିଛି

ପରୀକ୍ଷାରେ ନାହିଁ ଏବେ ।


ଆନ୍ଦୋଳନ ଖାଲି ଭାଷା ପାଇଁ ଆମ

ଆନ୍ଦୋଳନ ବହି ପାଇଁ,

ଓଡ଼ିଆ ଶିକ୍ଷକ ବିଚ୍ଛନ୍ନାଚଳରେ

ଆନ୍ଦୋଳନ ତାହା ପାଇଁ ।


ବଞ୍ଚିତ ନକର ଓଡ଼ିଆ ଭାଷାକୁ

ଏହୁ ଆମ ମାତୃଭାଷା,

ରହୁ ପରୀକ୍ଷାରେ ଆମ ମାତୃଭାଷା

ଦ୍ବିତୀୟ ଏ ରାଜ୍ୟ ଭାଷା ।


ସମ୍ବିଧାନେ ଅଛି ଶିକ୍ଷା ଅଧିକାର

ବିଚ୍ଛନ୍ନାଚଳରେ ମିଳୁ,

ଦିତୀୟ ଭାଷାଟି ଝାଡ଼ଖଣ୍ଡ ରାଜ୍ୟେ

ଓଡ଼ିଆରେ ଶିକ୍ଷା ମିଳୁ ।



Rate this content
Log in

Similar oriya poem from Tragedy