Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Fantasy

4  

Panchanan Jena

Fantasy

ସୁଧାମୃତ ଅଙ୍ଗେ ଅଙ୍ଗେ

ସୁଧାମୃତ ଅଙ୍ଗେ ଅଙ୍ଗେ

1 min
2



ସଞ୍ଜ ନଇଁ ନଇଁ ଆସୁଥିଲା ଧାଇଁ

ଦକ୍ଷିଣା ପବନ ବହୁଥିଲା ଦେହ ଛୁଇଁ

ମନକୁ ଆସିଲା କି ଭାବନାଟେ ହାଇଁ

ସାଙ୍ଗକୁ ମ୍ୟାସେଜ୍ କରିଲେ

କିଛି ମଜାଳିଆ ଶବ୍ଦଛଟାରେ ଛଇ

ମୁରୁକି ହସିବେ ଦଳେ ଛୁଇମୁଇଁ


ହ୍ଵାଟସପ୍ ରେ କିଛି ସେୟାର କରିଲେ ଯାଇଁ

ହସନ୍ତ ଫୁଲ ସହିତ 

ନହୁଲି କୁଆଁରୀ ଟୋକିର ଫଟୋ ଗ୍ୟାଲେରୀ

ବଛା ବଛା ଦୁଇ ଧାଡ଼ିଆ 

ଖଣ୍ଡିଆ ଓଡ଼ିଆ ଦୁଇପଦି ଚଉପଦି

ସୁନ୍ଦର ସଞ୍ଜୁଆ ବେଳଟା କଟନ୍ତା 

ଭଲରେ ମସ୍ତିରେ ସାଇଁ


ମୋବାଇଲ୍ ଉଠେଇବି ବୋଲି ଭାବିଲି

ହାତ ପ୍ରସାରୀ ଚାର୍ଜରେ ବସିବା ଛିଡ଼େଇଲି

ପୁଣି ଭାବିଲି

ମନ ତ ଫୁଲବନ

କ୍ଷଣକୁ କ୍ଷଣ ବଦଳେ 

ଆବୋରି ରଖେ ତନମନ


ମନ ତ ଚଳ ଚଞ୍ଚଳ ପାଗଳ ପ୍ରଜାତି

ପାଞ୍ଚ ମନ ପଚିଶ ପ୍ରକୃତ୍ତି 

ଘନ ଘନ ପ୍ରସ୍ତୁତି

ମନ କଥାରେ ରାଜି ହେବା ହିଁ

ବିଚଳିତ ମାନସିକତାର ପ୍ରବୃତ୍ତି

ଅଳ୍ପରେ ସନ୍ତୁଷ୍ଟ ହେବାର ବିରୋଧି କିର୍ତ୍ତି


ପୁଣି ମୋବାଇଲକୁ ଚାର୍ଜରେ ଲଗେଇଲି

ପୁଣି ଫେରିଲି ଚୌକିରେ ଚେକା ମାରିଲି


ପୁଣି ବାହାରକୁ ଅନେଇଲି

ଶୀତଳ ସମୀରଣ ଧାରା ପ୍ରସାରଣ

ତନରେ ମନରେ ଭରିଛି ନୂଆ ସ୍ପନ୍ଦନ

ପୁଣି ମନରେ ଭାବାନ୍ତର

ସବୁ ସାଙ୍ଗମାନେ ଗୋଟେ ଗୋଟେ

ଅତୁଲ୍ୟ ଗନ୍ତାଘର


ନୂଆମାନେ ହୋଇପାରନ୍ତି ହୀରା ମୋତି ମାଣିକ ଠାରୁ ବି ବେଶୀ ଦାମିକା

ପୁରୁଣା ସାଙ୍ଗମାନେ ବି ସୁନା ରୂପା ପିତ୍ତଳ ପରିକା

ଟିକିଏ ଉସୁକେଇଦେଲେ ମାଜି ଦେଲେ

ପୂରା ଚିକ୍ ଚିକ୍ ଅଦମ୍ୟ ଅହମିକା ଖଣି

ଯେତେ ଖୋଳିବ

ସେତେ ଖୋଲିବ ଗୁପ୍ତମୁଣି

ଅମୂଲ୍ୟ କିରୀଟ ଶିରେ ବିରାଜେ ମଣି


ଆଉ କି ରହି ପାରିଲି ବସି ପାରିଲି

ସିଧା କଲ୍ କରିଲି

ପୁରିଆ ଅନନ୍ତା ହରିଆ ସଙ୍ଗେ

ବାଲ୍ୟବେଳର ସୁଧାମୃତ ଅଙ୍ଗେ ଅଙ୍ଗେ ।।


Rate this content
Log in

Similar oriya poem from Fantasy