STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଶୂନ୍ୟସ୍ଥାନ

ଶୂନ୍ୟସ୍ଥାନ

1 min
27


ବଡ଼ କଷ୍ଟ ଲାଗେ 

ଭାବିଲେ ଥରେ ନିରୋଳାରେ

ବୟସ ବଢ଼ି ଚାଲିଛି କି ସତରେ

ବୟସ କମୁଛି ସବୁ ଜନ୍ମଦିନରେ

ଶେଷ ସମୟ ପାଖେଇ ଆସୁଛି

ଅତି ସନ୍ତର୍ପଣରେ


ମା' କୋଳରେ ଆରମ୍ଭ ଜୀବନ

ଶେଷେ ଜଳିବ ଚିତା 

ବୁହା ହେବ ଚାରିକାନ୍ଧରେ 

ଶବ ଯିବ ମଶାଣି କିତା

ମୃତ୍ୟୁର ସମନ କେ କରିବ ଆନ

ମୃତ୍ୟୁ ହିଁ ସତ୍ୟ ଶିବ ସୁନ୍ଦର ସାମ୍ବତ

ଯୁଗେ ଯୁଗେ ଜଗତ ଜିତା


ମା' କୋଳ ଆଉ ଛ' ଖଣ୍ଡ କାଠଜାଳ

ଜୀବନର ଚାରିଦିନ

ଏହି ଦୁଇ ସ୍ତମ୍ଭ ମଝିରେ ଝାଳନାଳ

ଭାବିନେଲେ ଏକାନ୍ତରେ

ଜୀବନ ଅସାର ସଂସାର ଦାବାନଳ

ବିଚରା ମଣିଷ ପେଷି ଘଷି ହେଇ

ମରୁଛି ନିତି ସଢୁଛି ପ୍ରତି ପଳ


ଘର ପରିବାର ମାୟା ସଂସାର

ମୋହରେ ଅନ୍ଧ ମୂକ ବଧିର

କର୍ତ୍ତବ୍ୟ ଦାୟିତ୍ଵର ଲମ୍ବା ଇସ୍ତାହାର

ଭୁଲିଯାଏ ମୁଠାଏ ପାଉଁଶରେ

ସରିବ ଏ ଛାର ଜୀବନ ଆସର


ସ୍ତ୍ରୀ ଯିବ ଦାଣ୍ଡ ଦୁଆର ପର୍ଯ୍ୟନ୍ତ

କାନ୍ଦିବ ଅବଶ୍ୟ ଛାଡି ଫଟେଇ

ମୁଣ୍ଡ କୋଡେଇ ଏଗାର ଦିନ

ସାତ ଯନ୍ମର ଜୀବନ ସାଥୀ ସରିଲା

ଅଧା ରହିଗଲା ପାରୁ ପର୍ଯ୍ୟନ୍ତ


ପୁଅ ଦେବ ମୁହଁରେ ଶେଷ ଚିତାଗ୍ନି

ଅସ୍ଥି ବିସର୍ଜନ କରିବ ଗଙ୍ଗାରେ 

ଫଟୋରେ ଟଙ୍ଗେଇଦେବ କର୍ପୁରମାଳ

ଏଗାର ଦିନ ଶୋକ ପାଳିବ ଶୋକରେ

ବାର୍ଷିକୀ ଶ୍ରାଦ୍ଧ ଦିବସରେ ପୂଜା କରିବ

ଲୋକ ଖୋଏଇବ

ଋତି ରିବାଜ କୌଳିକ ପ୍ରଥା ପରମ୍ପରା ଅନୁସାରେ


ମାତ୍ର ମୋ ସ୍ତୃତି ସନ୍ତକ ଫଟୋରେ ସିମୀତ

ବାର୍ଷିକ ରିପୋର୍ଟ୍ ପରି ଥରେ ଆହୁତ ଆଦୃତ


ଧୀକ୍ ! ଏ ଫଟୋ ଜୀବନ

ଏତେ ତ୍ୟାଗ ବଳିଦାନ ପରେ ବି

ଇତିହାସ ପୃଷ୍ଠାରେ କାହିଁ ସ୍ଥାନ

ଘରେ ବାହାରେ ରାଜୁତି ଶୂନ୍ୟସ୍ଥାନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy