ହଡ଼ା ବନାମ ବୁଢ଼ା ବାପା
ହଡ଼ା ବନାମ ବୁଢ଼ା ବାପା
ଦାମୁଡ଼ି ବେଳରେ ବଳଦ ବାପୁଡ଼ା
ମାଲିକର ପ୍ରିୟ ଭାରି
ଖଟିଥାଏ ବୋଲି ଖାଇବାକୁ ପାଏ
ସବୁଦିନ ପେଟ ଭରି ॥
ସେହିପରି ବାପା ପିଲାଙ୍କ ନିମନ୍ତେ
କରୁଥାଏ ରୋଜଗାର
ସବୁ ଆବଶ୍ୟକ ପୂର୍ଣ୍ଣ କରେ ବୋଲି
କରନ୍ତି ପିଲା ଆଦର ॥
ବୁଢ଼ା ହୋଇଯାଏ ବଳଦଟି ଯେବେ
ପାରେନାହିଁ ଆଉ ଖଟି
ଖାଇବା ନ ଦେଇ ମାଲିକଟି ତାକୁ
କଂସେଇକୁ ଦିଏ ବିକି ॥
ହଡ଼ା ପରି ବାପା ହୋଇଯାଇ ବୁଢା
ହେଲେ ରୋଜଗାର ଶୂନ୍ୟ
ଵୃଦ୍ଧାଶ୍ରମେ ଛାଡି ପିଲାଏ ବାପାକୁ
ସାରି ଥାନ୍ତି ତାଙ୍କ କାମ ॥
ଝୁରି ଝୁରି ହଡ଼ା ଅତୀତକୁ ତା’ର
ଆଖିରୁ ଲୋତକ ଝରେ
ଭୋକ ଉପାସରେ ପଡ଼ି ପଡ଼ି ଶେଷେ
କଂସେଇ ହାତରେ ମରେ ॥
ହଡ଼ା ପ୍ରାୟ ବୁଢ଼ା ବାପାମାନେ ଏବେ
ପିଲାଏ ମାଲିକ ପରି
ଵୃଦ୍ଧାଶ୍ରମ ଯେହ୍ନେ କଂସେଇ ଖାନାରେ
ମରନ୍ତି ପିଲାଙ୍କୁ ଝୁରି ॥