STORYMIRROR

Sanjya Tripathy

Abstract Tragedy

4  

Sanjya Tripathy

Abstract Tragedy

ବର୍ଷା

ବର୍ଷା

1 min
307


ବର୍ଷା ଆସିଛି –

ଜଘନ୍ୟ ନିର୍ଭୟାକାଣ୍ଡର ପୁନରାବୃରିରେ

ଯୋଗ ଓ ଭୋଗର ତାନ୍ତ୍ରିକ ବିତର୍କରେ

ଆତଙ୍କାଛନ୍ତି ଅଞ୍ଚଳର ଘନ ଆସ୍ତରଣରେ ।

ବର୍ଷା ଆସିଛି-

ରାଜନେତାଙ୍କ ଦକ୍ଷତା ସମୀକ୍ଷାରେ – ବ୍ୟସ୍ତତାରେ

ଅହେତୁକ ମୂଲ୍ୟବୃଦ୍ଧିର କୁର କଷାଘାତରେ

ଦୁର୍ବିସହ ଜୀବନ ଯାହାର ଦଗ୍ଧ ଫୁଲବନରେ ।

ବର୍ଷା ଆସିଛି-

ରିମଝିମ୍ ନୃତ୍ୟରତା ବନମୟୂରୀର ଛନ୍ଦପତନରେ

ଅପରିପକୁ ଶ୍ୟାମଳିମାରେ-ଅପରିପୁଷ୍ଟ ସବୁଜିମାରେ

ଜରାଗ୍ରତ ଜରଦ୍ୱାଗବର ଆତ୍ମ କାହାଣୀରେ ।

ବର୍ଷା ଆସିଛି-

ସରକାରୀ ଯୋଜନାର ଅର୍ଥହୀନ କ୍ରିୟାନ୍ୱୟନର

ନିର୍ବାଚନ ପ୍ରତିଶ୍ରୁତି ପୂରଣର ଫାଙ୍କା ସାଭରରେ

ପ୍ରଦୂଷିତ ପ୍ରଶାସନର ପରିବ୍ୟାପ୍ତ ପଶାପାଲିରେ ।

ବର୍ଷା ଆସିଛି-

ଗୋଧୂଳି-ସଂଧାର ଚିତ୍ରିତା ନାୟିକାଂକ

ରୂପର ରୋଷଣୀରେ

ଅଜଣା ବେପଥୁଭରା ଶିହରଣର ରୋମାଞ୍ଚିତ

ରୋଫଥନରେ

ବର୍ଷା ଆସିଛି-

ନୀଳପୃଷ୍ଠାର ନୀଳଜହରପୂର୍ଣ୍ଣ ନୀଳ ସ୍ଵପ୍ନର ଇଲାକାରେ ।

ନିରନ୍ତି ଜନତାଙ୍କ ଆହାରରେ

ନିରାଶ୍ରୟ ଲୋକଙ୍କ ଆଶ୍ରୟରେ

ବ୍ୟାଗ୍ରସ୍ତ ରୋଗୀଙ୍କ ନିରାମୟରେ

କାଳେଣି ବିହୀନ ପରିବାରଂକ ଉତ୍କଳାରେ

କୃଷକଙ୍କ ଧାନବିହନ ଯୋଗାଣର ସବ୍‌ସିଡିରେ

ଉତ୍ପାଦିତ ଖାଦ୍ୟଶସ୍ୟର ବାର୍ଷିକ ମୂଲ୍ୟବୃଦ୍ଧିରେ

ସ୍ଵଳ୍ପକାଳୀନ କୃଷିରଣ ପ୍ରଦାନର ବୀମା

ଯୋଜନାରେ

ପକ୍କା ଘର ଓ ପାଇଖାନାର ଯୁଦ୍ଧକାଳୀନ ନିର୍ମାଣରେ

ରାସ୍ତାଘାଟ, କୋଠାବାଡି ଏକ

ନିର୍ମାଣମୟ ପରିବେଶରେ

ବର୍ଷା ଆସିଛି-

ଆନ୍ତର୍ଜାତୀୟ ରାଷ୍ଟ୍ରନୀତିର ନାଟକୀୟ

ପଟ୍ଟ ପରିବର୍ତ୍ତନରେ

ସଂଘର୍ଷମୟ ସୀମା ଓ ତଜନିତ ଅନୁପ୍ରବେଶରେ

ଅର୍ଥନୀତିର ଅଭିବୃଦ୍ଧିରେ-ବଦ୍ଧିତ

ଶ୍ରେଣୀ ବୈଷମ୍ୟରେ

କଳାଧନର ସଂଧାନରେ-ପଳାଙ୍କକ

କ୍ରମବର୍ତ୍ତମାନ ତାଲିକାରେ

ବର୍ଷା ଆସିବ-

ଯୁଗପୁରୁଷକ ଧରାବତରଣରେ

ମୂଲ୍ୟବୋଧଭିତ୍ତିକ ପର୍ଯ୍ୟବେକ୍ଷଣରେ

କ୍ଷୁଧାବିମୁକ୍ତ ଭାରତବର୍ଷର ସୁରଭିତ ସଂକଳ୍ପରେ

ପାହାଡ଼ିଆ ନଈର ଅପହଂଚ ଇଲାକାରେ

ପ୍ରେମୀ ଯୁଗଳଙ୍କ ତ୍ୟାଗମୟ ଆମିକ ପ୍ରେମରେ

ସଂପ୍ରୀତି ଓ ସଂଜୀବନୀର ପୃଥକୁ ଏକ ପରିଭାଷାରେ ।


Rate this content
Log in

Similar oriya poem from Abstract