STORYMIRROR

Chittaranjan Nanda

Tragedy Inspirational Others

4  

Chittaranjan Nanda

Tragedy Inspirational Others

ସଂସ୍କୃତିର ବିଳାପ

ସଂସ୍କୃତିର ବିଳାପ

1 min
299


ଉତ୍କୃଷ୍ଟ ସଂସ୍କୃତିର ରାଇଜ ମୋହର

ଅସ୍ମିତା ବଖାଣେ କଳା ନୈପୂଣ୍ୟର


ଭିନ୍ନତାରେ ଏୈକ୍ୟ ଆମରି ପ୍ରତୀକ 

ତାହା ପରା ସ୍ବାଭିମାନ ଭାରତୀୟଙ୍କ 


ଆଜିର ସଭ୍ୟ ସମାଜର ସର୍ବ ବ୍ୟକ୍ତିତ୍ୱ

ଦେଶେ ଦେଖୁଛେ ନାରୀ ବିବସ୍ତ୍ରିତ


ଗୁରୁ ଜ୍ଞାନୀ ବ୍ୟକ୍ତି ଯେତେ ଭାରତର

ଦ୍ରଷ୍ଟା ନିର୍ଲଜ୍ଜ ଶୁଣ ଭାଷା ଅତ୍ୟାଚାରର


ଫୁଟୁଅଛି ଗୁଳି ଗୋଳା ଭାରତରେ 

ଗରଜୁଛି ବାରୁଦ ସୁଡ଼ଙ୍ଗ ସବୁଠାରେ


କାମ, କ୍ରୋଧ, ଲୋଭ ର ମାୟାରେ 

ରକ୍ଷକ ଭକ୍ଷକ ସାଜନ୍ତି ବଡ ଗର୍ବରେ


ପ୍ରବଳ କହୁ ସଂସ୍କୃତି ସମ୍ପନ୍ନ ଭାରତ

ସୁରକ୍ଷା ବଳ ଲୋମ ହର୍ଷ କାର୍ଯ୍ୟରତ 


ସଂସ୍କୃତି ସମ୍ପନ୍ନ ଆମର ଇତିହାସ 

ଜଗତେ ବିଦିତ ଧର୍ମ ଧାର୍ମିକ ଦେଶ


ସବୁଠି ଚାଲିଛି ଦେଖ ଜାତି ସଙ୍ଘର୍ଷ 

ଅବା ଧରମର ନାମରେ ଖାଲି ସଙ୍ଘର୍ଷ


କାହିଁ ନାହିଁ ଭାରତବର୍ଷ ଭିତର 

ମଣିଷ ପଣିଆର କିଆଁ ବ୍ୟବହାର 


ଉଦଣ୍ଡତା ଯୋଗୁ, ଦେଶ ଆଜ ଲଜ୍ଜିତ

ସମୟ ସହ ଚାଲିବା ଆମେ ଭାବନାରତ


ପଡ଼ିଛେ ଉପର ସୌନ୍ଦର୍ଯ୍ୟ ପଛରେ  

ସରବେ ଭାବୁନେ ଭଲ ମନ୍ଦ କଅଣରେ


ଦେଖୁନେ ସରବେ ଉତ୍ତମ ଗୁଣକୁ 

ଅଳିକ ସୌନ୍ଦର୍ଯ୍ୟେ ଖୋଜୁଛେ ଆନନ୍ଦକୁ


ଆମ ସଂସ୍କୃତି କରୁଛି ଏବେ ବିଳାପ 

ଅପସଂସ୍କୃତିକୁ ଆବୋରି ସଂସ୍କୃତିକୁ କରୁ ଲୋପ 


ଦୋଷ ଦେଉଛେ ପାଶ୍ଚାତ୍ୟ ଦେଶକୁ

କିନ୍ତୁ ନେତା ବୁଲେ ଭଳି ଭଳି ଜଗତକୁ


ଡାକି ଆଣୁଛେ କର୍ପୋରେଟ ଶକ୍ତିକୁ

କହୁନେ କେବେ ତାଙ୍କ ମଞ୍ଚ ଅଭିନୟକୁ


ସଂସ୍କାର ସଭ୍ୟତା ଚରିତ୍ର ଗଠନ ହୁଏ

ଦେଶର ନେତା ଯଦି ଚରିତ୍ରବାନ ରହେ


ପ୍ରତିଦିନ ଶୁଣୁଅଛେ ନୂଆ ପ୍ରତିଶୃତି

ଆସନ୍ତା ଦିନ ସରବେ ଭାଂଗିଥାନ୍ତି


ଚଳଚ୍ଚିତ୍ର ଅଶ୍ଳୀଳତାରେ ଭରପୂର 

ନଗ୍ନତା ସମ୍ବାଦ ପତ୍ର ଓ ଟିଭି ପରଦାର


ଦେଶ ଭବିଷ୍ୟତ ଉଜ୍ଜ୍ୱଳ କରିବା କେମନ୍ତ

ସଜାଗ ନହେଲେ ମହାନ୍ ସଂସ୍କୃତି ହେବ ନଷ୍ଟ 


ହୃଦୟ ଆବେଗରେ ଅସରନ୍ତି କଳ୍ପନା

ନୂଆ ସୃଜିବାର କେବେ ଆସିବ ଉନ୍ମାଦନା?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy