STORYMIRROR

Arun Kumar Meher

Romance Tragedy

4  

Arun Kumar Meher

Romance Tragedy

ସ୍ଵପ୍ନ ଥିଲା ପ୍ରିୟା ପାଇଁ

ସ୍ଵପ୍ନ ଥିଲା ପ୍ରିୟା ପାଇଁ

1 min
319


ଚିହ୍ନା ମୁହଁ ଏଇଠି ଭାରି ଅଚି଼ହ୍ନା

ଭୁଲି ମୁଁ ପାରୁନି ଆଜି

ମିଛି ମିଛିକା ଏ କଣ୍ଢେଇ ଖେଳଟା

ପ୍ରେମରେ ଯାଇଛି ଭିଜି ।।


ମନଟା ମୋହର ଭାଙ୍ଗିଦେଲ ତମେ

ସାଥିରେ କଲ ଛଳନା

ପ୍ରତାରଣା କରି ଚାଲିଗଲ ପ୍ରିୟା

ଦେଖାଇ କେତେ ବାହାନା ।।


ଭଲ ପାଇବାର ଦେଇ ପ୍ରତିଶ୍ରୁତି

ପାଖରୁ ଗଲ ଦୂରେଇ

ବିଶ୍ବାସରେ ମୋର ବିଷ ଢାଳିଦେଲ

ତୁମେ ତ ଗୋଟେ ମିଛେଇ ।।


କିଛି କଥା ଥିଲା କହିବାର ଆଜି

ମନରେ ଯାଇଛି ରହି

ତୁମେ ଫେରିବ କି ଜାଣି ନାହିଁ ପ୍ରିୟା

ବାଟ ଯେ ରହିଛି ଚାହିଁ ।।


ହୃଦୟ ବିଚରା ଖୋଜୁଛି ତୁମକୁ

ମନର ଝରକା ଦେଇ

ଏ ଫଗୁଣେ ତମେ ଆସିବ ବୋଲି

ରହିଛି ଆଜି ଅନେଇ ।।


କଳ୍ପନାରେ ଦେଖେ ତୁମ ପ୍ରତିଛବି

ଭାବୁକ ପ୍ରବୀର ହୋଇ

ଅବୁଝା ଏ ମନ ବୁଝେ ନାହିଁ ଜମା

ସ୍ଵପ୍ନ ଥିଲା ପ୍ରିୟା ପାଇଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance