STORYMIRROR

Sitansu Jena

Tragedy Classics

4  

Sitansu Jena

Tragedy Classics

ରାକ୍ଷୀ ଭିଜିଗଲା

ରାକ୍ଷୀ ଭିଜିଗଲା

1 min
259


ରାକ୍ଷୀ ଭିଜିଗଲା ଆଖିର ଲୁହରେ

ପଣତ ହୋଇଲା ଓଦା

ଯେଉଁ ହାତ ମୋର ଆପଦେ ବିପଦେ

ସାହା ରହିଥାଏ ସଦା

ପାଉନାହିଁ ସେହି ସୁନାର ହାତକୁ

କିଏ ମୋତେ କଲା ବିଦା

ରାକ୍ଷୀ ଭିଜିଗଲା ଆଖିର ଲୁହରେ

ପଣତ ହୋଇଲା ଓଦା.....।


ଏଡ଼େ ନିରିମାଖି ମୋ କପାଳେ ଆଜି

ନାହିଁ ସେ ସେନେହଁ କର

ହରାଇଲି ଭାଇ ବଇରୀ ପାଖରେ

କମାଣ ରେ ନାରଖାର

ମାଆର ମହତ ରଖିବା ପାଇଁକି

ଶିରକୁ କରିଲା ସିଧା

ରାକ୍ଷୀ ଭିଜିଗଲା ଆଖିର ଲୁହରେ

ପଣତ ହୋଇଲା ଓଦା.....।


ମୋର ଭାଇ ଆଜି କାଳିଆ ରଜା ମୋ

ପ୍ରଳମ୍ବ ଲମ୍ବିତ ଭୁଜ

ମୋ ପାଖରେ ଠିଆହୋଇଛି ଆଜିରେ

ଦେଶର ସୈନିକ ସାଜ

ବୀର ବାଜା ଆଜି ପଡୁଛି ଉଠୁଛି

ଚାଲିଗଲା ସବୁ ବାଧା

ରାକ୍ଷୀ ଭିଜିଗଲା ଆଖିର ଲୁହରେ

ପଣତ ହୋଇଲା ଓଦା.....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy