STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ମୃତ୍ୟୁ ହିଁ ମୋର ଚିର ସାଥୀ

ମୃତ୍ୟୁ ହିଁ ମୋର ଚିର ସାଥୀ

1 min
226

ମୃତ୍ୟୁ ହିଁ ମୋର ଚିର ସାଥୀ

ମୃତ୍ୟୁ ହିଁ ମୋ ଜୀବନ ଜୀବିକାର ସହଯାତ୍ରୀ

ଏ ମାୟା ସଂସାର ଏ ଘର ପରିବାର

ସବୁ ମିଛ ସବୁ କ୍ଷଣସ୍ଥାୟୀ ସବୁ ଅଶାନ୍ତି ।


ପ୍ରେମ ପ୍ରଣୟ ପ୍ରହେଳିକା ସବୁ

କେହି ନୁହେଁ ଏଠି ଚିର ସାଥୀ

ବନ୍ଧୁ ପରିଜନ ସଖା ସହୋଦର

ସଭିଏଁ ଅଟନ୍ତି ସୁଖର ସାଥୀ

ସଂସାର ଜଞ୍ଜଳେ ଯାଇ ମାତି

କରିଥିଲି ଦିନା କେତେ ପ୍ରୀତି

ପ୍ରେମିକା ଓଠର ହସକୁ କରି ସ୍ମୃତି

ଲେଖିବାକୁ ଚାହିଁଥିଲି ପ୍ରେମ ଗୀତି

ସେ ପ୍ରେମ କବିତା ମୋ ହୋଇଗଲା ଇତି

ମାୟା ମରୀଚିକା ପଛେ ଧାଇଁ ଧାଇଁ

ପ୍ରେମ ମୋ ସ୍ଵପ୍ନରେ ହୋଇଗଲା ଇତି।


କିଏ ମୋ ନିଜର କିଏ ମୋ'ର ପର

ମନେ ହୃଦୟେ ପାରେ ନାହିଁ ଚିନ୍ତି

ମୋ'ର ସେ ଅତୀତ ହେଲା ପରା ଅନ୍ତ

ସେ ପ୍ରେମ ହୃଦେ ମୋ ଆଣେ କେତେ ଭୀତି

ପ୍ରେମ ପ୍ରଣୟ ଆଉ ପ୍ରୀତି

ସବୁ ମିଛ ଏଠି ମୃତ୍ୟୁ ହିଁ ମୋର ଚିର ସାଥୀ

ନାହିଁ ଜଞ୍ଜାଳ ନାହିଁ ପାଇବାର ଆଶା

ଚିର ନିଦ୍ରାରେ ଶୋଇ ଗଲା ପରେ

ପାଇବ ମୋ ହୃଦୟ ସ୍ଵର୍ଗୀୟ ଶାନ୍ତି

ଏ ମନ ଏ ହୃଦୟ ଭାଳେ ସର୍ବଦା

ସତେ ଅବା ମୃତ୍ୟୁ ହିଁ ମୋର ଚିର ସାଥୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract