STORYMIRROR

Pramodini Parichha

Tragedy

4  

Pramodini Parichha

Tragedy

ମୋ ପ୍ରଶ୍ନ ....?

ମୋ ପ୍ରଶ୍ନ ....?

1 min
399

ମୋତେ ନେଇ ଆଜି

     ଉଠି ଅଛି ପ୍ରଶ୍ନ

     ଏ ଧରାର ବକ୍ଷ ପରେ

ଆଶାର ଆଲୋକ

    ଯାଏ ଅପସରି

      ନିଜ ଠାରୁ ବହୁଦୂରେ।।


ବଡ଼ ବୋଲି ଆଜି

    କାହାକୁ କହିବି

      ନିଜକୁ ନିଜେ ପଚାରେ

ସଂସାର ମାୟାରେ

    ସର୍ବେ ଅସହାୟ

     ଭାଗ୍ୟକୁ ଆସରା କରେ ।।


ମଣିଷ ପଣିଆ 

    ଉଭେଇ ଯାଇଛି

      କାମନାର ଉର୍ଦ୍ଧ୍ବ ସ୍ବରେ

ବିଚରା ଜୀବନ

    ହୁଏ ଦଗ୍ଧୀଭୁତ

      ଛଳନାର ସ୍ପର୍ଶ ପରେ ।।


ଜନମ ନିଆଁରୁ

    ମଶାଣି ପର୍ଯ୍ୟନ୍ତ

      ଶୁଭେ ସିନା ଅନ୍ତଃସ୍ବର

କାହାରି ହୃଦୟ

    ତରଳେନା ଏଠି

       ଦେବାପାଇଁ ଅଧିକାର ।।


ପରଦା ଆଡେଇ

     ଦେଖିଯାଅ ଥରେ

        ନିର୍ମମ କଷଣ ଭାର

ତେବେ ସିନା ଯାଇ

    ଭେଦିବ ପାଷାଣ

       ବୋଲାଇବ ଶୂର ବୀର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy