Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Tragedy Classics Inspirational

4.3  

Lokanath Rath

Tragedy Classics Inspirational

ମାନବିକତା ପ୍ରଶ୍ନ କରୁଛି

ମାନବିକତା ପ୍ରଶ୍ନ କରୁଛି

1 min
531



ଆଶ୍ଚର୍ଯ୍ୟ ଲାଗେ ଆଜି ,ଯେବେ ମାନବିକତା କରେ ପ୍ରଶ୍ନ ,

ସ୍ଵାର୍ଥେ ଅନ୍ଧ ହୋଇ ମଣିଷ ,କେମିତି କାଟୁଚି ଦିନ |


ମୋହ ,ମାୟା ,ଗର୍ବ ,ଅହଙ୍କାର ମନରେ ବାନ୍ଧିଚି ଘର ,

ମିଥ୍ୟା ଅଧର୍ମର ପୂଜାରୀ ହୋଇଛି ,ଧର୍ମକୁ କରିଛି ପର |


ଜାତି ଧର୍ମ ସବୁକୁ ତରାଜୁରେ ତୋଳି ,ଆଖିଠାର ମାରୁଛି,

ସ୍ୱାର୍ଥ ପାଇଁ ଆଜି ମଣିଷ ହୋଇ ,ପଶୁ ସାଜିଛି |


ଭୁଲିଛି ନିଜର ବିବେକ ,ଭୁଲିଛି ଯେତେ ତାର ସଂସ୍କାର ,

ଅଵିଵେକୀ ହୋଇ ଲଜ୍ଜ୍ୟା କରେ ନାହିଁ ,ଭୁଲିଛି ବ୍ୟବହାର |


ବଳବାନ ସାଜି ଶୋଷଣ କରୁଛି ,ଦୁର୍ବଳ ତାର ଶିକାର ,

ପ୍ରତିବାଦ କଲେ ,ହସି ହସି ସିଏ କରେ ଅତ୍ୟାଚାର |


ଦୁଖୀ ରଙ୍କି ଯେତେ ,ପାଆନ୍ତି ଭର୍ଚ୍ଛନା ହୋଇ ହତାଦର ,

ଶିକ୍ଷିତ ହୋଇ ଆଜି ଯୁବକ ବୁଲନ୍ତି ,ହୋଇଛନ୍ତି ବେକାର |


ପାପି ମନ ତାର କିଛି ମାନେନାହିଁ ,କରେ ବ୍ୟଭିଚାର ,

କାମବାସନାରେ ମତୁଆଲା ହୋଇ ,କରୁଛି ସିଏ କେତେ ବଳାତ୍କାର |


ଦୟା ଭାବ ତାର ଆଜି ,ସିଏ ହଜାଇ ଦେଇଛି ,

ଦେଖି ତାକୁ ଆଜି ଏବେ ,ମାନବିକତା ପ୍ରଶ୍ନ କରୁଛି |


ମାନବିକତା ପ୍ରଶ୍ନ କରୁଛି ,ଆଜି କାହିଁକି ଏପରି କରୁଛି ?

ଆଧୁନିକତାର ଦ୍ୱାହି ଦେଇ ସିଏ ,ନିଜକୁ ବଞ୍ଚାଇ ଚାଲିଛି |


ହୃଦୟ ତାହାର କେମିତି କେଜାଣି ଆଜି ପଥର ସାଜିଛି ?

ବାରମ୍ବାର ଆଜି ସବୁ ଦେଖି ,ମାନବିକତା ପ୍ରଶ୍ନ କରୁଛି |


ମଣିଷ ହୋଇ ସିଏ ଆଜି ଜୀବନର ମନ୍ତ୍ର ଭୁଲିଛି ,

ଜୀବଜନ୍ତୁ ସଭିଙ୍କ ଯନ୍ତ୍ରଣା ଦେଖି ,ମାନବିକତା ପ୍ରଶ୍ନ କରୁଛି |


ମୃତ୍ୟୁ ଅଟେ ସତ୍ୟ ,ଜାଣି ସିଏ ଅଜଣା ହେଉଛି ,

କାହିଁପାଇଁ ଆଜି ଏମିତି ହେଉଛି ?ମାନବିକତା ପ୍ରଶ୍ନ କରୁଛି |


ତାକୁ ଦେଖି ଆଜି ବିଧାତା ଲୁଚି ଲୁଚି କାନ୍ଦୁଚି ,

ସୁଧାରିନି ନିଜକୁ ଆଜି କାହିଁକି ମାନବିକତା ପ୍ରଶ୍ନ କରୁଛି |



Rate this content
Log in

Similar oriya poem from Tragedy