STORYMIRROR

Panchanan Jena

Tragedy

4  

Panchanan Jena

Tragedy

ବୋଧହୁଏ ବିଶ୍ୱାସ

ବୋଧହୁଏ ବିଶ୍ୱାସ

1 min
17


ବିଶ୍ଵାସରେ ବନ୍ଧା ଜୀବନ ଚକ୍ର

କହନ୍ତି ସମସ୍ତେ

ବୟସ ବଢିଲା ବହିରେ ପଢିଲି

ବିଶ୍ୱାସର ତରାଜୁରେ ନିଃଶ୍ୱାସ ମାପିଲି

କମିଲା ଆସ୍ତେ ଆସ୍ତେ


ନିଶ ଦାଢି ଗଜୁରିଲା

ଦାୟିତ୍ଵ କର୍ତ୍ତବ୍ୟର ହିସାବ ସବାର ହେଲା 

ଜାଣିଲି ଶିଖିଲି ପରସ୍ତେ ପରସ୍ତେ


ଦେଖିଲି ବିଶ୍ଵାସଘାତ ମାଳମାଳ

ମଉକା ଦେଖି ଚଉକା ଛକା ମାରିବାକୁ 

ବାଢ କଡ଼ରେ ଛକି ବସିଛନ୍ତି ହାକୁ ହାକୁ

ନିର୍ମୁଳି ଲତାରେ ଆଉଟା ପାଉଟା ପଙ୍ଗପାଳ

 ଡହରା ଢ଼ାଉକ ଦଳ ଦଳ


ବୋଧହୁଏ

 ସେଦିନ କବାଟ ନିର୍ମାଣର ଶୁଭାରମ୍ଭ

ମଣିଷ ଉପରୁ ମଣିଷର ବିଶ୍ଵାସ ନାକେଦମ


ବୋଧହୁଏ

ସେହି କବାଟ ଉପରୁ ବିଶ୍ୱାସ ଶେଷ

ତାଲା-ଚାବିର ଉଦ୍ଭାବନ ଅଶେଷ


ବୋଧହୁଏ

ବିଶ୍ୱାସ ଶବ୍ଦରେ ଲାଗିଲା ପ୍ରଶ୍ନବାଚୀ

ସିସି କ୍ୟାମେରା ଫୁଟେଜ୍‌ ଅଦ୍ୟ ଉବାଚି


ବୋଧହୁଏ

ଗୀତା ଉପରେ ହାତରଖି ସତ୍ୟ ନିଲାମ ହୁଏ

ବିଚରା ବିଶ୍ୱାସ ନ୍ୟାୟାଳୟରେ ନାଲିସ୍‌ ପାଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy