STORYMIRROR

Panchanan Jena

Tragedy

4  

Panchanan Jena

Tragedy

ମୌନ ରୁହ

ମୌନ ରୁହ

1 min
11


ଲୁହର ଲହଡି ଆଣିବ 

ଲବଙ୍ଗ ଦ୍ଵୀପରୁ କଉଡ଼ି

ଅଙ୍ଗରେ ଅଙ୍ଗାର ଲାଗିଲେ ବି

ଦଉଡି ଦଉଡି ଧଇଁସଇଁ ଅନ୍ଧର ଲଉଡି

କକ୍ଷ୍ୟ ଲକ୍ଷ୍ୟଭ୍ରଷ୍ଟ ହେଉ

ଆଶା ନିରୁଦ୍ଦିଷ୍ଟ ହେଉ

ଭରସା କୀଟଦ୍ରଂଷ୍ଟ ହେଉ

ଭବିଷ୍ୟତ ଅନ୍ଧାରକ୍ଳିଷ୍ଟ ହେଉ

ଲହୁର ଲହୁଣି 

ରଚିବ କାହାଣୀ 

ପୁତ୍ର ଦୀନମଣି 

ବଂଶର ପରମ୍ପରା ରଖିବ ନୀଳମଣି ।


ଏମିତି ଭାବନାକୁ ଆହୁଲା କରି

ଅକାତ କାତ ଜଳରେ ବିଚରା ନାଭରୀ

ଇଚ୍ଛାକୁ ଲଗାମ୍ ଦେ

ବିଶ୍ୱାସକୁ ଆଶ୍ୱାସ ଦେ

କଣ୍ଟାକୁ ହାତୁଡି ଦେ

ଛଳନାକୁ କବର ଦେ

କ୍ଷତକୁ ଖଞ୍ଜଣୀ ଦେ

ଝାଳକୁ ଝଙ୍କାର ଦେ

ଏ ଗ୍ରାମ ଦେଖିବ

ଏ ନଗର ସହର କହିବ

କୂଳ ପ୍ରଦୀପ ବିଶିକେଶନ

ରଖିବ ବଂଶ ସାହିର ମାନ ସସ୍ନାନ ଅର୍ବାଚିନ ।


ଏଇସବୁ ଗୁଣକୁ ଗଉଣିରେ ଗଣି

ଆଗେଇ ଚାଲିବ ପୁତ୍ରମଣି


ତ୍ୟାଗକୁ କରି ତରବାରୀ

ସେବାକୁ କରି ସବାରୀ

କାନ୍‌ଧରେ ଭାର କରି ଗଣ୍ଠିଲି ଭାରି

ମୁଣ୍ଡ ଝାଳ ତୁଣ୍ଡରେ ମାରି

ଘର ଜମିରେ ଚାଷବାସ କରି

 ଫଳେଇ ଧାନ ଚାଉଳ ମୁଗ ବିରି

ଘର ଗଡିଆ ମାଛ ତରକାରୀ

ଶାଗ ପଟାଳି ପରିବା ତରକାରୀ ।


ଆଜିକା ଯୁଗରେ ପୂରା ଅଦରକାରୀ

ଉପଦେଶ କ୍ରମେ କ୍ରମେ ଅହିତକାରୀ

ମୌନ ରୁହ ଦେଖ ଶୁଣ ଅପ୍ରୀତିକାରୀ

ଚୁପ୍ ରୁହ କାନରେ ତୁଳାକୁ ପୁରେଇକରି ।


କୂଳ ନନ୍ଦନ ନନ୍ଦିନୀ ନୁହେଁ ଚାରିକାନ୍ଥ ବନ୍ଦିନୀ

ସ୍ଵାଧିନଚେତା ମୁକ୍ତ ବିହଙ୍ଗ ପରି ଅନନ୍ତ ଆକାଶ କୋଳେ ସଂସାର ମେଳେ ସଦା ଚାରୁ ହାସିନୀ

ଉପଦେଶ ବିରୋଧୀ ପ୍ରତିବନ୍ଧକ ନିରୋଧି

ଛନ୍ଦମୁକ୍ତ ଚଞ୍ଚଳ ବନ ହରିଣୀ ।


ମାନ୍ଧାତା ଅମଳର ମରହଟିଆ ଋତି ରିବାଜ 

କହି ହସି ପକେଇ ବେଖାତିର ଭାବ

ସେ କାହୁଁ ବୁଝିବେ ସଂସ୍କାର ହିଁ ସର୍ବୋପରି

ପିଢି ପରେ ପିଢି ରହି ଆସିଛି

ବଡ଼ଙ୍କ ଅନୁଶାସନରେ

ଗୁରୁଜନଙ୍କ ଆକଟରେ

ହୀତାକାଂକ୍ଷୀଙ୍କ ଗୁରୁମନ୍ତ୍ରରେ

ଯୁଗେ ଯୁଗେ କରି ଆସିଛି ମାର୍ଗ ନିରୂପଣ ।


ମାନୁ ନାହାନ୍ତି ଦଳେ

ଆଧୁନିକତାର ଦ୍ଵାହୀ ଦେଇ

ସଭ୍ୟତା ଆଧୁନିକତାର ଅର୍ଗଳି ଦେଇ

ବିଜ୍ଞାନ ପ୍ରଜ୍ଞାନର ନାମ ନେଇ ।


ମାତ୍ର ସବୁ ସ୍ଵଳ୍ପକାଳିକ ଚକ୍ ଚାକ୍

ମାତ୍ର ସବୁ କ୍ଷଣଭଙ୍ଗୁର ଠକ୍ ଠାକ୍ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy