ସ୍ବାଧୀନତା ତୁମେ କେଉଁଠି
ସ୍ବାଧୀନତା ତୁମେ କେଉଁଠି
ପୂରୁବ ଆକାଶେ ନବ ତପନ
ଉଇଁଲେଣି ଘେନି ନୂଆ ସପନ
ଚଉଦିଗେ ଦିଶେ ତରା
ଚାରିଆଡେ ଆଜି ବାଜୁଛି ନାଗରା
ସ୍ବାଧୀନ ଦିବସ ପରା ।
ଆକାଶରେ ଫରଫର ଉଡ଼ୁଅଛି
ତ୍ରିରଙ୍ଗା ଜାତୀୟ ଧ୍ବଜା
ସ୍ପିତବକ୍ଷେ ନେତ ତଳେ ଆଜି ଆମେ
ଚାଖୁଛୁ ସ୍ବାଧୀନ ମଜା ।
ଆମେ ସତରେ କ'ଣ ସ୍ବାଧୀନ
ସଂଜ୍ଞା କେ କହିବ ସ୍ଵାଧୀନ ହେବାର
ଉଛୁଳୁଛେ ମନ ମନ
ମୁମୂର୍ଷୁ ଜୀବନ ଧରି
ଧର୍ଷଣ ଲୁଣ୍ଠନ ଆରତ ଚିତ୍କାରେ
ଗଗନ ଉଠିଛି ଭରି ।
ଯୈାତୁକ ବିହୁନେ ଦହନ ହୁଅଇ
ନିରୀହା ସରଳା ଆଜି
ଏ ଦେଶ ମାଟିର ସନ୍ତାନ ଆସ
ମନ୍ଦାକିନୀ ଧାର ସାଜି ।
ଅସ୍ତ ଗଲାଣି ସତ୍ଯର ରବି
ମାଟିରୁ ଆକାଶ ମିଥ୍ୟାର ଛବି
ଡାକେ ହାହାକାରେ କିଏ
ପଛରେ ଚାହିଁବା ସ୍ବାର୍ଥେ ବିଡ଼ମ୍ବନା
ବିବେକ ଆଘାତ ଦିଏ ।
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ
ସମ୍ବିଧାନରେ ସମାନ,
ଧନୀକ କୁ ମିଳେ ଶିକ୍ଷା ଓ ଚାକିରି
ଜାତି ନେଇ ସଂରକ୍ଷଣ ।
‘ଜାତିକୁ ମାନ ଓ ମାଆକୁ ସମ୍ମାନ’
ମୁଖେ ମୁଖେ ପ୍ରବଚନ
ଧର୍ଷିତା କଙ୍କାଳ ପରେ ପାଦ ଥାପି
ଧୃଷ୍ଣୁ କରେ ଗର୍ଜନ ।