ଆସ ! ଦୈତ୍ୟ ରୋଦନ କରିବା
ଆସ ! ଦୈତ୍ୟ ରୋଦନ କରିବା


ତୁମେ କଇଁ କଇଁ କାନ୍ଦୁଛ
କାରଣ ପଚାରିଲେ ଲହରେଇ କାନ୍ଦୁଛ
ସୁଁ ସୁଁ ଘର କୋଣରେ ଲୁହ ଝରଉଛ
ଅନ୍ଧାର ଘରେ ବ୍ୟସ୍ତ ବିବ୍ରତ ଲାଗୁଛ
ତୁମେ ଭାବୁଥିବ
ଲୁହ ଝରିଗଲେ ସମସ୍ୟା ସରିଯିବ
ମନ ହାଲୁକା ଲାଗିବ
ଇତ୍ୟାଦି ଇତ୍ୟାଦି ।
ସବୁ ମରଦକୁ ଦରଦ ହୁଏ
କଷ୍ଟ ବି ହୁଏ କହି ପାରେନା ସିଏ
ଦୁଃଖ ବି ଆଉଜି ପଡ଼େ କାନ୍ଧରେ
ବୋଝ ଉପରେ ନଳିତା ବିଡା ପରି
ସବାର ହୁଏ
ମୁରୁକି ହସର ଛଟାରେ ଲୁଚେଇ ନିଏ
ଅଳ୍ପ ଅଳ୍ପ ଦାନ୍ତ ଦେଖେଇ ଦେଇ
ଛୁପେଇ ଦିଏ ।
ବୁଝି ପାରିବ କି
ହସିବା କେତେ କଠିନ ବ୍ୟାପାର
ସବୁବେଳେ ହସ ହସ ଠାଣିରେ
ସବୁକାଳେ ବାକ୍ୟ ବାଣିରେ
ଅଭିନୟ କରିବା ଦୂରୁହ କଷ୍ଟକର ।
ବୁଝି ପାରୁଥିବ ବୋଧେ
ଲୁହ ଦିଶିଯାଏ ଟିକିଏ କଡ଼ା କଥାରେ
ତୁମ ନୟନ କୋଣରେ
ନିଗିଡି ପଡ଼େ ଝରିଯାଏ
ନମାନି ବାଧା ବନ୍ଧନ
ପରିସ୍ଥିତିଚକ୍ର ସ୍ଥାନ କାଳ ଗାତ୍ର ମଣ୍ଡନ ।
ଭାବୁଛି ବେଳେ ବେଳେ
ତୁମ ସହିତ ମିଶିକି କାନ୍ଧିବି
ମିଳିତ ସ୍ୱରରେ କାନ୍ଦି ପକେଇବି
ଉଚ୍ଚସ୍ୱରରେ ଗଳା ଫଟେଇ ରୋଦନ କରିବି
ଲୁହ ଝର୍ ଝର୍ ଝରେଇବି
ଦେଖିବି ତୁମ ଲୁହ ଓ ମୋ ଲୁହର
ସାନ୍ଧ୍ରତାରେ କେତେ ଫରକ
ଶତକଡ଼ା କେତେଭାବ ବେଦନା ପ୍ରବାହିତ
କେତେ ସହସ୍ରାଂଶ କରୁଣା ନିହିତ
କେତେ ଶତାଂଶ ତ୍ୟାଗ ସନ୍ନିହିତ
କେତେ ଦଶାଂଶ ବଳିଦାନ ସମ୍ମିଳିତ ।
ହେଇ ଶୁଣୁଛ !
ଆସ ଦୈତ୍ୟ ରୋଦନ କରିବା
ଆସ ସମୂହ କ୍ରନ୍ଦନ ଆସର ଗଢିବା
ଆସ କାନ୍ଦଣା ଲହରୀ ଗାଇବା