STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଦୀଗନ୍ତ ଦିଗବାରେଣୀ

ଦୀଗନ୍ତ ଦିଗବାରେଣୀ

2 mins
0

କବିତା - ଦୀଗନ୍ତ ଦିଗବାରେଣୀ
ରଚନା - ପଞ୍ଚାନନ ଜେନା
ତାରିଖ - ୨୦-୧୨-୨୦୨୫
++++++++++++++++++
 ଆଜି ବି ରତାଇ ହାଟ ଦେଇ ଗଲେ ଆସିଲେ
 ପଲକବିହୀନ ଆଖି ଦୁଇ ଉତ୍କଣ୍ଠାରେ ଖୋଜିବୁଲେ
 ମୂଖ୍ୟ ଫାଟକ ଉର୍ଦ୍ଧ୍ଵରେ ଶୋଭିତ ଫଳକକୁ
 ପଢିବାକୁ ଚାହିଁ ଚାହିଁ ଚାଲେ
କାନ୍ଥରେ ଲିଖିତ ନିତିବାଣୀ
 ଜୀବନର ଜୀବନ୍ତ ଦିଗବାରେଣୀ
" ବିଦ୍ୟା ଦଦାତି ବିନୟମ୍" ମନେ ମନେ ଗାଇବୁଲେ
ପୁଣି ମନେ ମନେ ଯନ୍ତ୍ରବତ୍
 ପଣ୍ଡିତ ସାର ଅନାଦି ଚରଣ ପଣ୍ଡା ସାରଙ୍କ
ଡଗରେ ଘୋଷିଥିବା ଶ୍ଳୋକ
 ଆପେ ଆପେ ଅନୁରଣିତ ହୁଏ ପାଟି ଖୋଲେ
ବିଦ୍ୟା ଦଦାତି ବିନୟମ୍
 ବିନୟାତ୍ ୟାତି ପାତ୍ରତାମ୍
ପାତ୍ରତ୍ୱମ୍ ଧନ ଆପ୍ନୋତି
 ଧନାତ୍ ଧର୍ମ ତତୋ8 ସୁଖମ୍
 ଗୁଣୁ ଗୁଣୁ ଗାଇ ଗନ୍ତବ୍ୟ ପଥେ ଚାଲେ

 ମୂଖ୍ୟ ଫାଟକର ଛାୟାଚିତ୍ର
ଭାବି ବସିଲେ ଆପେ ଆପେ ମୁଣ୍ଡ ନଇଁଯାଏ ଶ୍ରଦ୍ଧାରେ
ଯେମିତି ମନ୍ଦିରରେ ପଶୁଛି ଶୁଦ୍ଧଚିତ୍ତରେ
 ଫାଟକ ପଛର ଚିତ୍ରାହାର ସବୁ
 ଜଳ ଜଳ ହୋଇ ଦୈଡିବୁଲନ୍ତି
ସୂଚୀପତ୍ର ପୃଷ୍ଠା ପରି
କ୍ରମବର୍ଦ୍ଧିଷ୍ଣୁ ଢ଼ଙ୍ଗରେ
ପୁନଃପୌନିକ ବେଗରେ

 ବ୍ଲାକବୋର୍ଡର ଧଳା ଚକଖଡି
ଅଙ୍କାବଙ୍କା ସ୍ବପ୍ନ ସବୁ ଧାଡିକି ଧାଡି
କ୍ଲାସ ରୁମର ଭଙ୍ଗା ଦଦରା ବେଞ୍ଚ ଉପରେ
 ସତେ ଯେମିତି ଲେଖା ଥିଲା ଭଲ ପାଠ ପଢିଲେ
 ଭଲ ମଣିଷ ହେବା ହିଁ ଭଲେ
ଦିସ୍ତା ଦିସ୍ତା ସାଧା କାଗଜରେ ବନ୍ଧା
 ରଫ୍ ଖାତାରେ ରେଖାଙ୍କିତ ଟଣାଗାର ପରି
ଭୟରେ ଅଜଣା ଭବିଷ୍ୟତକୁ ପିଠିରେ ଲାଉକରି
କାଦୁଅ ପଚପଚ କୁମୁଟି ମୂଳ ପର୍ଯ୍ୟନ୍ତ ଛିଟାରେ
 ଖଣ୍ଡିଆ ପ୍ୟାଣ୍ଟ ସାର୍ଟରେ ଝୋଟି ଚିତ୍ରାହାର

 ମନେ ପଡନ୍ତି
 ସାହିତ୍ୟ ସାର ଅନାଦି ପ୍ରଧାନ ସାର
 ଶବ୍ଦ ପଦ ଛନ୍ଦରେ ପଦ୍ୟ ଗଦ୍ୟରେ ସେ କେବଳ ପଢ଼ଉ ନ ଥିଲେ
 ଶବ୍ଦାର୍ଥ ସରଳାର୍ଥ ଭିତରେ ଜୀବନ ଖୋଜିହୁଏ ବୁଝାଉଥିଲେ
କବିତା ଆବୃତ୍ତି ବେଳେ ନରମ ସ୍ୱର ଝଙ୍କାର
 ଏକାଙ୍କିକା ଲେଖିବା ବେଳେ ଗୁରୁଗମ୍ଭୀର ଶବ୍ଦ ସମ୍ଭାର
 ବୁଝି ହେଉଥିଲା ପରୀକ୍ଷା ହିଁ ପାଠରେ ଅସମୀତ
ଅନୁଭବ ହିଁ ଅସଲି ଜ୍ଞାନ ଗଣିତ

 ପୁଣି ମନେ ପଡନ୍ତି
ପ୍ରାତଃସ୍ମରଣୀୟ ବିଷ୍ଣୁପଦ ସାର୍ ଗଣିତ ସାର୍
ସୋତ୍ର ନ ଲେଖିଲେ
ସ୍ଟେପ୍ ପରେ ସ୍ଟେପ୍ ନ ଲେଖିଲେ
ବକ୍ର ଦୃଷ୍ଟିରେ କେବଳ ଥରେ ଚାହିଁଦେଲେ
 ମୁଣ୍ଡ ତଳକୁ ନଇଁଯାଏ ଡରେ ମରେ ଛେରେ
ବାରମ୍ଵାର ଅଙ୍କକଷା
 ସେହି ଅଙ୍କକୁ ଥରକୁ ଥର ଘୋଷା
ରାଗ ନାହିଁ ଧୌଯ୍ୟର ହିମାଳୟ
ମାଡ ନାହିଁ ସ୍ନେହର ବଳୟ ଆଳୟ
ସେହି ଦୁଇ ଧାଡି ଆଜି ବି ମନେ ଅଛି
 ଜୀବନ ହିସାବ ମାଗିବ ପ୍ରତି ମୋଡ ବାଙ୍କରେ
ଜ୍ୟାମିତି ବାକ୍ସ ଭିତରେ ପରା ପୃଥିବୀ ଘୁରି ବୁଲେ ଫାଙ୍କରେ

 ପୁଣି ମନ ମସ୍ତିସ୍କକୁ ପଶି ଆସନ୍ତି
 କିର୍ତ୍ତନ୍ ସାହୁ ସାର୍ ବିଜ୍ଞାନ ସାର
କି କଡ଼ା ରାଗୀ କି ଗୁରୁ ଗମ୍ଭୀର କଠୋର
କଡ଼ା ଜର୍ଦ୍ଦା ପାନ ଠାରୁ ଆହୁରି ନିଷ୍ଠୁର
ଡ଼ର୍ଜନେ ଚାକୁଣ୍ଡା ବାଡିରେ
 କେଇ ହଳ କଳମ ଛଡିରେ
 ଆଜି ବି ପିଠି ପଛରେ ପଡିଥିବା ନିର୍ଦ୍ଧୁମ ପ୍ରହାର
ଆଜି ମନେ ପଡିଗଲେ କାନମୂଳ ଆଉଁସି ପକାଏ
 ହାଡ଼ ମାଂସ ତଳେ ଛାନିଆ ଭୟଟା ନାଚାର
କିଆବୂଦା ମୂଳେ ଲୁଚିଥିବା ବିଲୁଆ ପରିକା
 ଏପଟ ସେପଟ ଅନଉ ଥାଏ
 କେହି ନ ଜାଣନ୍ତୁ କି ପିଳେଇପାଣି ମୋର ଉଛୁର

 ପୁଣି ମନେ ପଡନ୍ତି
ଜଣେ ଜଣାଶୁଣା ନୀଳକଣ୍ଠ ପାଢୀ ସାର୍
 ସର୍ବଜ୍ଞାନୀରେ ଗଣା
କି ପାଣ୍ଡିତ୍ୟ କି ବାଗ୍ମୀ ବାଗେଶ୍ଵର
କି ଶାନ୍ତ କାନ୍ତ ସୌମ୍ୟକାନ୍ତ ଗଣେଶ୍ଵର
 ବହି ନ ଦେଖି ପଢାନ୍ତି ଗଳଗଳ ଅନର୍ଗଳ
 ଲାଗନ୍ତି ଉଜ୍ଜସ୍ୱିନୀ ସ୍ରୋତସ୍ବାନୀ ପରି ଜ୍ଞାନଗଙ୍ଗା ଧାର
ଇତିହାସ ଭୂଗୋଳ ପଢ଼ାନ୍ତି ସତ
ମାତ୍ର ଗଣିତ ହେଉ କି ଇଂରାଜୀ ବିଷୟ
ବିଜ୍ଞାନ ହେଉ କି ଅଫସନାଲ କତିପୟ
ସର୍ବଜ୍ଞ ସରଳ ତରଳ ପଦାର୍ଥ ପରି ଅତିଶୟ
ଚାଲିରେ ପଦ୍ମରାଗ ଛତ୍ରଛାୟାରେ ଅନ୍ଧାର ଆଶ୍ରୟ

 ପୁଣି ମନେ ପଡେ
 ସେହି ଅଦୃଶ୍ୟ ହାତର କୁହୁକମୁଣି
ପ୍ରଣମ୍ୟ ପ୍ରଣମାମୀଙ୍କର ପରଶମଣି
ବ୍ୟସ୍ତତା ଭିତରେ ବି
କୋଳାହଳ ମଝିରେ ବି
ଜଟିଳ ଜଞ୍ଜାଳରେ ଫସିଗଲେ ବି
ଆଖିରେ ଆଖିଏ ସ୍ବପ୍ନ ନେଇ କର୍ମକାରଣ
ଜିତିବାର ସଂକଳ୍ପ ନେଇ ନିତି ଧର୍ମଧାରଣ
ଆଉ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟର
କ୍ଷଣିକ ଝଲକ ପଲକ ମାତ୍ରେ
ଶତ ସିଂହର ସାହସ ଧରି
ଅଧର୍ମ ବିରୁଦ୍ଧରେ ତୀର କ୍ଷେପଣ


Rate this content
Log in

Similar oriya poem from Inspirational