STORYMIRROR

Bidyutprava Mishra

Inspirational

3  

Bidyutprava Mishra

Inspirational

ହୃଦୟ

ହୃଦୟ

1 min
122

ଜୀବନର ସବୁ ଭାବ ଆବେଗରେ

ହୃଦୟ ଦିଅଇ ସାଥ 

ସୁଖେ ସୁଖୀ ହୋଇ ଦୁଃଖେ ଦୁଃଖୀ ହୋଇ

ବାହେ ଜୀବନର ରଥ l


କେବେ ଛଳ ଛଳ ସ୍ନେହ ସୋହାଗରେ

ପ୍ରୀତିର କଦମ୍ବ ତୋଳେ 

ବିରହରେ କେବେ ଉଠିଥାଏ କୋହ

ସେଇ ହୃଦୟର ତଳେ l


କେବେସେ ହୃଦୟ କରୁଣାର ଝର

ନିଜର ପିଲାଙ୍କ ପାଇଁ 

ଦୁଃଖୀଜନଙ୍କର ଦୁଃଖ ବି ଦେଖିଲେ

ବିଗଳିତ ଯାଏ ହୋଇ l


କେବେସେ କାହାର କଟୁ ବଚନରେ

ଭାଙ୍ଗି ଯାଏ କାଚ ପରି 

ଯେତେ ଚେଷ୍ଟା କଲେ ଯୋଡିହୁଏ ନାହିଁ

ହୃଦୟ ହୁଅଇ ଚୁରି l


କେବେ ସେ ହୃଦୟ ଲୁହା ପରି ଟାଣ

ନିଜର ବିପଦ ବେଳେ 

 କଷ୍ଟ ହେଉ ପଛେ ଲୁହ ଲହୁ ପିଇ

ମନୋବଳ ଧରି ଚଳେ l


ହୃଦୟଟି ଏକ ଛୋଟ ଅଙ୍ଗ ସିନା

ନିୟନ୍ତ୍ରଣ ତାର ହାତେ 

ଧୈର୍ଯ୍ୟ ଧରି ସୁଖ ଦୁଃଖ ବେଳେ ସଦା

ଚଳାଏ କର୍ତ୍ତବ୍ୟ ପଥେ l


ହୃଦୟ ସହିତ ହୃଦୟ ମିଶାଇ

ଜଗତେ ଚଳିବା ଆସ 

ଅନ୍ୟର ଦୁଃଖରେ ଆହା ପଦ କହି

ହୃଦେ ତା ଭରି ବିଶ୍ୱାସ l


ଈଶ୍ୱର ବିଶ୍ୱାସ ହୃଦୟକୁ ସଦା

ସାହସ ଯୋଗାଇଥାଏ 

ତାଙ୍କ ନାମ ଧରି ଜୀବନ ପଥରେ

ଖାଲ ଢିପ ମାଡି ଯାଏ ll



Rate this content
Log in

Similar oriya poem from Inspirational