STORYMIRROR

Kalandi pal

Inspirational

3  

Kalandi pal

Inspirational

ପବନ ଆମ ଜୀବନ

ପବନ ଆମ ଜୀବନ

1 min
125


ପାଞ୍ଚ ଉପାଦାନ କରି ସମ୍ମିଶ୍ରଣ 

ଗଢିଛି ପକୃତି ପବନ ତା ନାମ !!


ଶରୀର ବିସ୍ତୀର୍ଣ୍ଣ ନ ଥାଏ ଯା ବର୍ଣ୍ଣ

ପ୍ରତିସ୍ଥାନେ ପୂର୍ଣ୍ଣ ବୋଲାଏ ଜୀବନ !!


ରୂପ ରେଖ ନାହିଁ ପୁଣି ସେ ବିରାଟ 

ପୃଥିବୀକୁ ଗିଳି ଭରିଛି ତା ପେଟ !!


ନିଃଶ୍ୱାସ ପ୍ରଶ୍ୱାସ ଅଟେ ରୂପ ଯାର 

ନେତ୍ର ଦେଖିନାହିଁ କେବେ ରୂପ ତାର !!


ବୃକ୍ଷଲତା ଶୂନ୍ୟ ହେଲେ ଏ ଭୂବନେ

କାଳ ମାଡ଼ି ବସେ ଧାରାକୁ ଅଦିନେ !!


ତାର ସନ୍ତୁଳନ କରେ ବୃକ୍ଷ ଲତା 

ନୋହିଲେ କରାଳ ରୂପେ ଆସେ ବାତ୍ୟା !!


ଧରି ରଖିଛି ସେ ସସାଗରା ଜଳ

ଶୁନ୍ୟରେ ଝୁଲାଏ ବଉଦ ଆକାର !!


କେତେବେଳେ ଶାନ୍ତ ମୃଦୁର ମଳୟ 

କେତେବେଳେ ପୁଣି ରଚେ ସେ ପ୍ରଳୟ !!


ଯିଏ ଏ ଜୀବନ ସିଏ ହୁଏ ଯମ

ଘଟିଲେ ଏଇଠି ପକୃତି ବୈଷମ୍ୟ !!


ବାୟୁ ଜଳ ମାଟି ପ୍ରକୃତି ଦାନଟି

ସୁରକ୍ଷା ପୋତିଲେ ଗଛ ଗୋଟି ଗୋଟି !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational