STORYMIRROR

SOUDAGAR BISWAL

Inspirational

3  

SOUDAGAR BISWAL

Inspirational

ଅକୁହା କଥା

ଅକୁହା କଥା

1 min
224


ଛାତି ତଳେ ସୁପ୍ତ ଅନେକ ଯାତନା

ଓଠ ର ପ୍ରାଚୀର ଚିରି

ପ୍ରକାଶିତ ନୋହେ ସବୁରି ସମ୍ମୁଖେ

ହୃଦୟରେ ଯାଏ ମରି।


ବହ୍ନି ଯୋଗକରେ ହୃଦ ଜତୁଗୃହେ 

ଅକୁହା ଯେତେକ କଥା

ଫିଟିଲେ ଗୁମର ଶୁଣିବ କିଏ ସେ

ସ୍ବାର୍ଥାନ୍ବେଷୀ ଦ୍ୟନ୍ତି ବ୍ୟଥା ।


ହୃଦୟ ନିଭୃତ କୋଣରେ ବାହୁନେ

ସ୍ମୃତି ସବୁ ନିରନ୍ତର

କଟା ଘା ପରେ ଚୂନ ଲେପିବାରେ

ସିଦ୍ଧହସ୍ତ ଆଜି ନର।


ଛାତି ଫଟା କୋହ ସମ୍ଭାଳି ରଖିଲେ

ପ୍ରାଣ ସିନା ଜର୍ଜରିତ

ଫିଟିଲେ ମୁଗୁରା କେଉଟର ଦୁଃଖ

ଦୁଃଖେ ମୀନ ହୁଏ ତୃପ୍ତ।


ତୃପ୍ତି ସମ୍ବରଣେ ହୁଏ ମସଗୁଲ

ତୋ ଅକୁହା କଥା ଶୁଣି

ନଇଁ ପଡ଼ିଥିଲେ ବିଧା ମାରିବାକୁ

ଚାହିଁ ଥାନ୍ତି ସର୍ବେ ପୁଣି।


ଏଣୁ ନପ୍ରକାଶି ଅକୁହା ସେ କଥା

ଗୁପତରେ ରଖିଥିବୁ

ଐର ର ପାରୁଶେ ଖୋଲିଲେ ମରମ

ଲଲାଟେ ଦୁଃଖ ଲିହିବୁ।



Rate this content
Log in

Similar oriya poem from Inspirational