ଆମେ ତ ଉତ୍କଳ ସନ୍ତାନ
ଆମେ ତ ଉତ୍କଳ ସନ୍ତାନ
ଓଡିଶା ମାଟିର ପାଣି, ପବନରେ
ସୃଷ୍ଟି ହୋଇଛି ଆମ ଜୀବନ ,
ଓଡିଶା କୋଳରେ ଖେଳେ କେତେ ଶିଶୁ
ତା' ପଣତ ଛାଇ ଆମ ପରାଣ ।
ସବୁଜିମା କ୍ଷେତ, ସୁନ୍ଦର ପରିବେଶ
ନାନା ବେଶେ ସୁସଜ୍ଜିତ,
ସୁଗନ୍ଧିତ ପୁଷ୍ପ ବାସନା ଛୁଟଇ
ଚାରିଦିଗ ମହକାଏ ସେତ ।
ବାର ମାସେ ତେର ପରବ ମେଳା ଯେ
ପାଳନ ହୁଅଇ ନାନା ବିଧିରେ,
ଧର୍ମ,ସଂସ୍କୃତି ପାଲା ମହୋତ୍ସବ
କେତେ ଆନନ୍ଦରେ ପାଳନ୍ତି ସଭିରେ ।
କଳା କାରୁକାର୍ଯ୍ୟ, ପଟ୍ଟଚିତ୍ର ଆଦି
ଇତିହାସ ଗାଏ ଗୀତ,
ଶିଳାଲେଖ, ଗିରି,ସୁନ୍ଦରବନ ସବୁ
ମନ ମୋହିନିଏ ସେତ ।
ଏ ଓଡିଶା ମାଟି ଜନମ ଦେଇଛି
କେତେକେତେ ବୀର ଯବାନ,
ଏ ମାଟି ମାଆର ସମ୍ମାନ ପାଇଁ
ଝାସି ଦେଇଛନ୍ତି ନିଜ ପରାଣ ।
ଗର୍ବ ଗୌରବର ଗାଥା ଗାଉଅଛି
ଏ ପବିତ୍ର ଓଡ଼ିଶା ଭୂଇଁ,
କେତେ ତପ ଆଉ ସାଧନା ବଳରେ
ଆମ ଓଡ଼ିଆ ଜାତି ରହିଛି ଚେଇଁ ।
