ବୀର ଭଗତ ସିଂ
ବୀର ଭଗତ ସିଂ
ଲାଲପୁର ଜିଲ୍ଲା ପଞ୍ଜାବ ରାଜ୍ୟେ
ଜନମି ଥିଲ ହେ ପୂଣ୍ୟାତ୍ମା,
ପିତା କିସାନ ସିଂ ମାତା ବିଦ୍ୟାବତୀଙ୍କ
କୋଳ ମଣ୍ଡନ କରିଥିଲ ଯବାନ ।
ଏ ଭାରତ ମାଆର ଅମୂଲ୍ୟ ରତନ
ହେ ବୀର ଭଗତ ସିଂହ,
ଅନ୍ୟାୟ ବିରୁଦ୍ଧେ ସ୍ୱରୋତ୍ତୋଳନ କରି
ରଖିଥିଲ ଏ ମାଆର ସମ୍ମାନ ।
ତୁମ ଶିରା ଧମନୀରେ ଝରୁଥିଲା ସଦା
ଏଇ ଭାରତ ମାଆର ରକ୍ତ,
ତାହାରି ସୁରକ୍ଷା ପାଇଁ ସଦା ତୁମେ ସାଜିଥିଲ
ଭାରତ ମାଆର ଭକ୍ତ ।
କେତେ ଆନ୍ଦୋଳନ ଦଳ ସଂଗଠନ କରି
ବିପ୍ଳବର ବାର୍ତ୍ତା ପ୍ରଚାର କଲ,
ଦେଶକୁ ସ୍ୱାଧୀନତା ଆଣିଦେବା ପାଇଁ
ସଦା ସର୍ବଦା ତତ୍ପର ଥିଲ ।
ମନରେ ଦୃଢ଼ ବିଶ୍ୱାସ ସାହସର ସାଥେ
ପ୍ରମୁଖ ବିପ୍ଲବୀ ସାଜିଥିଲ,
ପର ଆପଣା ଭାବନା ଦୂର କରି ତୁମେ
ଭାଇଚାରା ବୀଜ ବୁଣୁଥିଲ ।
ଅଳ୍ପ ବୟସରେ ବୀର ଯୋଦ୍ଧା ହୋଇଥିଲ
ହେ ଭାରତ ମାଆର ବୀର ଯବାନ
ସ୍ଲୋଗାନ ତୁମର ଗଗନ ଛୁଁ ଥିଲା,
ତୁମ ପଦ ତଳେ ଶତ ପ୍ରଣାମ ।
