ନାରୀ
ନାରୀ
ନାରୀ ସେତ ପ୍ରେରଣାଦାୟିନୀ
ସଂସାରପାଳିନୀ ପୁଣି ସ୍ନେହପ୍ରଦାୟିନୀ l
ନାରୀ ସେତ ଶୃଙ୍ଖଳା କାରିଣୀ
ସୃଷ୍ଟିରକ୍ଷା କାରୀ ସେତ ରକ୍ଷା କବଚିନୀ l
ନାରୀ ସେତ ପ୍ରିୟବାଦିନୀ
ପିତା ଘରେ ପୁଣି ସେତ ରାଜନନ୍ଦିନୀ l
ନାରୀ ସେତ ଦୁଃଖ ହାରିଣୀ
ବିରପ୍ରସବିନୀ ପୁଣି ସୁଖ ପ୍ରଦାୟିନୀ l
ନାରୀ ସେହି ଶୀତଳ ଦାୟିନୀ
ନାରୀ ସେତ ମମତା ଦାୟିନୀ l
ନାରୀ ସେତ ସନ୍ତାନ ଦାୟିନୀ
ନାରୀ ସେତ ସବୁକାଳେ ବିଜୟିନୀ l
ନାରୀ ସେତ ପତି ସୁହାଗିନୀ
ନାରୀ ପୁଣି ପ୍ରିୟ ଭାଇର ଭଉଣୀ l
ଜୀବନ ଯୁଦ୍ଧରେ ସେ କେବେ ହାରିବନି
ନିଜ ସୁଖ ତେଜି ହୁଏ ଦୁଃଖର ଭାଗିନୀ l
ନାରୀ ସେତ ନାରାୟଣୀ ପୁଣି
ଯଶ ରକ୍ଷା କାରୀ ପୁଣି କୁଳନନ୍ଦିନୀ l
ନାରୀ ସେତ କୁଳବନ୍ଦିନୀ
ସୁସନ୍ତାନ ଜନ୍ମ ଦେଇ ହୁଏ ସେ ଜନନୀ l
ନାରୀ ସେତ ସଂସାର ପାଳିନୀ
ତେଣୁ ସେ ମହିୟସୀ ଜଗତବନ୍ଦିନୀ l
