ଶୀତଳ ନୀରବତା
ଶୀତଳ ନୀରବତା
କବିତା - ଶୀତଳ ନୀରବତା
ରଚନା - ପଞ୍ଚାନନ ଜେନା
ତାରିଖ -୨୧-୧୨-୨୦୨୪
+++++++++++++++++++
ନୀରବତାର ରକ୍ତିମ ଆଭା
ନୀରବତାର ରଙ୍ଗୀନ ପ୍ରଭା
କେବେ ଦେଖିଛ କି ?
ନୀରବତାରେ ମୁଁ ଦେଖିପାରେ
ତୁମ ହଁସୁଲୀ ଛବିବହି
ନୀରବତାରେ
ମୁଁ ଆଙ୍କିପାରେ
ତୁମ ନହୁଲି କାବ୍ୟମହି
ତୁମେ ଏ ସବୁ ପାର କି ?
ନୀରବ ନିଶବ୍ଦ ଆସର ମଧ୍ୟରେ
ସତ୍ୟ ଶିବ ସୁନ୍ଦର ଦୃଷ୍ଟିକୋଣ
ନୀଥର ନିଶ୍ଚଳ ଆସ୍ଥାନ ଭିତରେ
ଛଳନା ପ୍ରବଞ୍ଚନା ଦିଶେ କଣକଣ
ତୁମେ ଦେଖି ପାରୁଛ କି ?
ନୀରବୀ ସ୍ୱଭାବୀ ଭାବ ତରଙ୍ଗରେ
ମୁଁ ଦେଖିପାରେ ରୂପ ମଧୁମୟ
ନୀରବୀ ପ୍ରଭାବୀ ମନ ଭାବନାରେ
ମୁଁ ଜାଣିପାରେ ଅଭିନୟ ନାଟକୀୟ
ତୁମେ ପଢିପାର କି ?
କୋଳାହଳ ଭିତରେ ମସୃଣ ନୀରବତା
ଜଞ୍ଜାଳ ହଳାହଳ ଭିତରେ ବି ପାଷାଣୀ ନୀରବତା
ସମସ୍ୟା ବଳୟ ଭିତରେ ବି ସଭ୍ୟ ନୀରବତା
ବେଳେ ବେଳେ ଚେଁକ ଲଗାଏ
ବନ୍ଦ ପଡିଥିବା କୋଲପରେ ଚାବି ପୁରାଏ
ଆଉ ଏମିତି ଅନର୍ଗଳ ଗଳଗଳ ଫୁତ୍କାର ବୁହାଏ
ଅନେକ ଦିନର ନଜରବନ୍ଦୀ
ଅନନ୍ତ କାଳର ଗୁମ୍ ସୁମ୍ ଜମାନବନ୍ଦୀ
ମୁକୁଳା ଉଛୁଳା ନାଳ ପରି ଖାଲି ସୁ ସୁ ବୋହିଯାଏ
ସୁଅ ମୁଁହରେ ପତର ପରି
କେତେ ଯେ ବୋହି ଯାଆନ୍ତି ଧୋଇ ଯାଆନ୍ତି
ମହାବାତ୍ୟାର ତାଣ୍ଡବ ଅନ୍ତେ
ଶୀତଳ ନୀରବତା ହିଁ ସାକ୍ଷୀ ରହେ ।
