STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଆଦରି ନେବା ପରମାର୍ଥ

ଆଦରି ନେବା ପରମାର୍ଥ

1 min
3

କବିତା - ଆଦରି ନେବା ପରମାର୍ଥ
ରଚନା - ପଞ୍ଚାନନ ଜେନା
 ତାରିଖ-୧୪-୧୨-୨୦୨୫
 ++++++++++++++++++
 ଚାଲ ବନ୍ଧୁଗଣ
ଆଜ୍ଞାନ ମାର୍ଗରୁ ଯିବା ଜ୍ଞାନମାର୍ଗ ଆଡ଼େ
ସଜ୍ଞାନ ସ୍ଥାନରୁ ସନ୍ଧାନ ମାର୍ଗ ପରା ପଡ଼େ

 ଚାଲ ବନ୍ଧୁଗଣ
ଯାତ୍ରାରମ୍ଭ କରିବା ଅ ରୁ ଆ ରୁ
 ଲ ଅବା ୟ ରେ ହେବ କି ଯାତ୍ରାଶେଷ
ହ ଅବା କ୍ଷ ରେ ରହିପାରେ ଅବଶେଷ
 ସମୟ କହିବ ବଳେ କାହିଁ କରିବା ଅବଶୋଷ?

 ଚାଲ ବନ୍ଧୁଗଣ
ଶବ୍ଦରୁ ଶବ୍ଦାର୍ଥ ବାହାର କରି କରି ଆଗେଇବା
 ଭାବରୁ ଭାବାର୍ଥ ହୃଦୟଙ୍ଗମ କରି ପାଦ ପକେଇବା
 ଭାଷାରୁ ଭାଷାର୍ଥ ଖୋଜି ବିଦାରି ପାହୁଣ୍ଡ ଆବୋରି ଚାଲିବା
ବ୍ୟାଖ୍ୟାରୁ ବ୍ୟାଖ୍ୟାର୍ଥ ଅଣ୍ଡାଳି ପଖାଳି ପଦ୍ମପାଦେ ମାଡିଯିବା

 ଚାଲ ବନ୍ଧୁଗଣ
 ଧୂନିରୁ କମ୍ପନର ମାନସ ମନ୍ଥନ କରିବା ଆସ
କଣରୁ କୋଣରୁ କାରଣର ଅର୍ଥ ଖୋଜିବା ବସ
 କାର୍ଯ୍ୟରୁ କାମନା ବାସନାର ସଜ୍ଞା ଜାଣିବା ହସ
 ବିକ୍ଷିପ୍ତରୁ ସଂକ୍ଷିପ୍ତ ପରିଚୟ ମିଳିବା ରାସ୍ତା ଦେଇ
 କାଶିବା ମାଡିଚାଲିବା ହେବା ଖୁସିବାସ

 କୁହନ୍ତି ପରା
ଚେଷ୍ଟା କରୁଥିବା ଲୋକର ହାର ନାହିଁ
ପ୍ରଚେଷ୍ଟା କରୁଥିବା ବ୍ୟକ୍ତିର ପରାସ୍ତ ନାହିଁ
 ଆମେ ତ ନିଜ ସହିତ ପ୍ରତିଯୋଗିତା କରୁଛେ
ହାରିଲେ ବି ଆମେ ସରଳ ଅପଦାର୍ଥ
 ଜିତିଲେ ବି ଆମେ ତରଳ ସରଳାର୍ଥ

 କୁହନ୍ତି ପରା
ଖୁସିଥିଲେ କି ହସୁଥିଲେ ସନ୍ଧ୍ୟାର ଝଲକ ପରି
ହେବା ନିରାମୟ
ସମସ୍ୟାରେ କି ମନକଷ୍ଟରେ ଥିଲେ ସକାଳର ପଲକ ପରି
 ହେବା ଦୟାମୟ
ସାଙ୍ଗ ବିନା ଜୀବନ ଅଧୁରା ଆରମ୍ଭ
ସାଙ୍ଗ ବିନା ସମୟ ନୀରସ ପ୍ରାରମ୍ଭ
ଅର୍ଥରୁ ଅନର୍ଥ ହେବା ପୂର୍ବରୁ
 ଆସ ଆମେ ଆଦରି ନେବା ପରମାର୍ଥ ।


Rate this content
Log in

Similar oriya poem from Fantasy