STORYMIRROR

ABADHOOT PANDA

Fantasy

4  

ABADHOOT PANDA

Fantasy

ପ୍ରଶ୍ନବାଚୀ

ପ୍ରଶ୍ନବାଚୀ

1 min
234

ପଚାରେ ପ୍ରଶ୍ନ ମୁଁ ନିଜକୁ

କାହିଁକି ଆସିଛ ଧରାକୁ

ନିରୁତ୍ତର ଆତ୍ମା ରହେ

ନୀରବ ମୂକ ସାକ୍ଷୀ

ପରି ମୋ ହୃତପିଣ୍ଡ

ଆବରଣେ ll


ଚଢ଼େଇକି ପଚାରେ

ତୁ କିଆଁ କରୁ କିଚିରି

ମିଚିରି ବଗିଚାରେ

ଆମ ପଶି ଗୋଲାପ

ଡାଳେ ବସି ମୁଣ୍ଡ

ଟୁଙ୍ଗାରି,ମାତର 

ନମିଳେ ଉତ୍ତର

ଉଡ଼ିଯାଏ ସେ ଯେ 

ଫୁର କିନା ବନେ ll


ପଚାରେ ମୁଁ ଆଜି 

ପଙ୍କଜକୁ କାହିଁକି

ରହିଛୁ ଅନେଇ

ରବିକୁ, ମାତ୍ର

ପାଖୁଡ଼ା ମେଲେଇ

ମିଳେନା ଉତ୍ତର

କିଛି ପିଆଏ ମଧୁ

ସେ ଅଳିକୁ ସୁନେଲି

ରବି କରେ ମଣ୍ଡି

ନିଜକୁ ହରଷ

ମନେ ll


ପଚାରେ ମୁଁ ପ୍ରଶ୍ନ

ପ୍ରବାସୀ ବିହଙ୍ଗମ

ଗଣେ କିମ୍ପାଇ

ଆସିଛ ଚିଲିକାକୁ

ଉଡ଼ି ଉଡ଼ି ସୁଦୂରୁ,

ନମିଳେ ଉତ୍ତର

ମାଛ ଖିଆ ଥଣ୍ଟୁ

କେବେ, କେବଳ

ଦେଖି ଚାଲେ

ପକ୍ଷୀ ଶୋଭା

ଆକୁଳ ପ୍ରାଣେ ll


ପଚାରେ ମୁଁ ଆଜି

ପ୍ରଜାପତିକୁ କାହିଁକି

ତୋ ଡେଣା ଏତେ

ରଙ୍ଗ ରଙ୍ଗିଆ,

ନମିଳେ ଜବାବ

କେବଳ ହଲାଏ

ସେ ତାର ଶୁଣ୍ଢ ଉଡ଼ି

ଉଡ଼ି ଫୁଲ ଉପରେ ll


ପିମ୍ପୁଡି ବାପୁଡ଼ାକୁ

ପଚାରେ ମୁଁ ଯଦି

କିଆଁ ଏତେ କରୁଛ

ଏତେ କାମ ଅଥଚ

ବିନା ଉତ୍ତରେ ଧାଡ଼ି

ବାନ୍ଧି ଚାଲେ ଧରି

ମୁହେଁ ଚିନି ଦାନା

ଆମ ଅଗଣାରେ ll


ପଚାରେ ମୁହିଁ ଗୋ

ମାତାକୁ କାହିଁକି

କରୁଛୁ ଦାନ ତୋର

ସ୍ତନରୁ କ୍ଷୀର

ନଦେଇ ତୋର

ବାଛୁରୀକୁ ଠିଆ

ହେଇ ଆମ ଗୁହାଳ

ଘରେ, ଅଥଚ

ମିଳେନା ଉତ୍ତର

ଖାଲି ଚାଲେ ପାଟି

ପାକୁଳେଇ ଚାହିଁ

ମୋ ଆଡ଼େ

ନୀରବରେ ll


ପଚାରେ ମୁଁ ମହୁମାଛି

କୁ ଏତେ କଷ୍ଟ କରି

ଆଣୁଛୁ ମହୁ, ଫୁଲ

ବାଛି ବାଛି ଜନପଦ

ଆଉ ବଣରୁ

ଫେଣାରେ ତୋ

ରଖୁଛୁ ସାଇତି

କାହିଁକି, ଉତ୍ତର ନ

ମିଳେ କିନ୍ତୁ ମତେ

ସଦା ବ୍ୟସ୍ତ ସେ

ମହୁ ସଂଗ୍ରହରେ ll


ପଚାରେ ଯେବେ

ମୁଁ ଭସା ବାଦଲକୁ

କଣ ପାଇଁ ବୁଲୁଛୁ

ନୀଳ ଆକାଶରେ,

ଉତ୍ତର ନଦେଇ

ମତେ ଭାସି ଚାଲି

ଯାଏ ଢାଳି ଢାଳି

ବର୍ଷାବିନ୍ଦୁ ମନ

ଇଚ୍ଛା ଧରଣୀ

ବୁକୁରେ ll


ପଚାରେ ଯଦି ମୁଁ 

ଚଷା ଭାଇ ଚାଷୁଣୀ

ଭଉଣୀକୁ ଆଜି 

ଖରା ବର୍ଷା କାକର

ସହି ଖଟୁଛ ଦିନ

ରାତି ବିଲ ବାଡ଼ି

କ୍ଷେତରେ,

ନମିଳେ ଉତ୍ତର

ଚାହାଁନ୍ତି ଖାଲି ବଲ

ବଲ ମୁହଁକୁ ମୋ

ଘରକୁ ଫେରନ୍ତି

ଶଗଡ଼େ ଲଦି ଧାନ

ହଳା ବିଡ଼ା ନିଜ

ଘରକୁ ମଜ୍ଜାଇ

ନିଜକୁ ମତାଣିଆ

ବାରମାସୀ ଗୀତର

ମଧୁର ସୁରେ ll


ଶେଷ ପର୍ଯ୍ୟାୟରେ

ପଚାରେ ମୁଁ ଜଗତ

ବିଧାୟକ ଜଗତର

ନାଥଙ୍କୁ ଉତ୍ତର

ଦିଅନ୍ତି ମତେ, " ଶୁଣ

ହେ ବତ୍ସ କହୁଛି

ବୁଝାଇ ତୁମକୁ,

କରିଛି ସୃଷ୍ଟି ମୁଁ ଯେ 

ଅନେକ ଜୀବଜନ୍ତୁ

ଆଉ ତତ୍ତ୍ୱଗୁଡ଼ିକୁ

କରିବାକୁ ଜନସମାଜସ୍ଥ

ମାନବ ଜାତିର ଚିର

ମଙ୍ଗଳ ନିଜେ ପାଇ

କଷ୍ଟ କରି ଖାଲି ପେଟ 

ଲଭିବାକୁ ମୋ ବୈକୁଣ୍ଠ

ପୁର ପରୋପକାରୀ

ବ୍ରତେ ସେମାନଙ୍କ

ଜୀବନ ସ୍ତୋତରେ ll"

ପାଇଲା ମୋ ମନକୁ

ଏହି ଉତ୍ତର ଗିର ଆମ

ମହାପ୍ରଭୃଙ୍କ, ହେଲା ମୋ

ପ୍ରଶ୍ନ ଶେଷ ଜରୁଛି ମୁଁ

ତାଙ୍କ ପଦ୍ମପାଦେ କୋଟି

ଜୁହାର ମୋ ଭକତି

ଭରା ମାନସ ପଟ୍ଟରେ ll

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy