STORYMIRROR

Ramesh Chandra Swain

Tragedy Fantasy

4  

Ramesh Chandra Swain

Tragedy Fantasy

ଯମୁନା ଆଖିରେ ଲୁହ

ଯମୁନା ଆଖିରେ ଲୁହ

1 min
302

ଯମୁନା କାନ୍ଦୁଛି ନମୁନାକୁ ନେଇ

ଗର୍ବିତ ସେ ଇତିହାସ

ଭାରତ ଭୂଇଁ ର ପାଣି ପବନରେ

ଦିଲ୍ଲୀ ସିଂହାସନ ଶୋଷ।

ମୋରି କୂଳରେ ଶାହାଜାହାନ ତୁମେ

ଗଢ଼ିଲ ମମତାଜ ମହଲ

ସାରା ବିଶ୍ବରେ ପ୍ରେମ କୋଷରେ

ନିଆରା ପ୍ରେମର ମୂଲ।

ଯମୁନା କାନ୍ଦୁଛି ବନ୍ୟାରେ ଭିଯୁଛି

ଦିଲ୍ଲୀ ବାସୀ ହନ୍ତ ସନ୍ତ

ପ୍ରତିକ୍ଷୀତ ସେଇ ବିରହି ମନର

ଲହୁ ଲୁହ ସମର୍ପିତ।

କଳା ରଙ୍ଗ ପାଣି ସେ ଯମୁନା ରାଣୀ

ଆଜି ପୁର୍ଣ୍ଣ ଗର୍ଭା ହୋଇ

ଅମାନିଆ ଲୁହ ପ୍ରେମର ବିଜୟ

କାନ୍ଦୁଛି ବିକଳ ହୋଇ।

ତୋଫା ଜହ୍ନ ରାତି ମୁକ୍ତ ତୁମ ପ୍ରୀତି

ଅତୃତ୍ପ ଆତ୍ମା ର ଗତି

ମୋରି ଆଖିରେ ମୁଁ ହିଁ ଦେଖିଛି

କେତେ ନେହୁରା ପ୍ରେମ ପ୍ରୀତି।

ତଥାପି ବଞ୍ଚିଛି କାନ୍ଦୁଛି ହସୁଛି

ବନ୍ୟା ଉବୁଟୁବୁ କରେ

ଦୀର୍ଘ ଦିନ ପରେ ମୋ ଗର୍ଭରେ ବନ୍ୟା

ଲହୁ ଲୁହ ସାଗରରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy