STORYMIRROR

Ramesh Chandra Swain

Fantasy

3  

Ramesh Chandra Swain

Fantasy

ବର୍ଷା, ସ୍ମୃତିର ଝଲକ

ବର୍ଷା, ସ୍ମୃତିର ଝଲକ

1 min
173

ମେଘାବତୀ କନ୍ୟା,ଅନନ୍ୟା ସେ ଵାମା

ଆଖି ଲୋତକରେ ମୁକୁତା ଝରେ

କଳାହାଣ୍ଡି ଗଡ ରାଜକୁମାରୀ ସେ

ଅଝଟି ହୋଇ ବରଷା କରେ।


ମେଘ ବାଦଲ ରେ ରୋଷଣୀ ବାଇଦ

ଛାତିକୁ ଥରାଇ ଯନ୍ତ୍ରଣା ଦିଏ

ଅବୁଝା ମନକୁ କିଏ ବୁଝାଇବ 

ଇର୍ଷାରେ ଅନ୍ୟକୁ ଦୁଃଖ ଦିଏ।


ବରଷା ର ଧାରା ଗଳ ଗଳ ଗଳେ

ଗାଁ ରୁ ସହର ନଈ ସାଗର

ବୀରହୀ ମନରେ ବରଷା ର ରାତି

ଖୋଜେ ସମ୍ଭୋଗ ସାଗର।


କାଗଜ ଡଙ୍ଗାରେ ମୋ ଜାତି ଦେଖଇ

ସାଧବ ପୁଅର ବଣିଜ ସ୍ମୃତି

ସାଧବ ବୋହୁ ର ଲାଲ ଟୁକୁ ଟୁକୁ

ମନରେ ଭରଇ ଅତୀତ।ଗୀତି।


ଚାଷୀର ମନରେ ଆନନ୍ଦ ଲହରୀ

ନବ ସମ୍ଭାବନା ବଞ୍ଚିବା ନିଶା

ସପ୍ତ ରଙ୍ଗରେ ଇନ୍ଦ୍ରଧନୁ କହେ

ବର୍ଷାରେ ବଞ୍ଚିବା ବେଉସା।


କୁମ୍ଭାଟୁଆ କଳୀ ବେଙ୍ଗର ରଡି

ବର୍ଷା ଆଗମନ ସଙ୍ଗୀତ ଗାଏ

ମୋରି ଅତୀତ କାହିଁକି କେଜାଣି

ଅତୀତର ଗାଥା ବରଷା ଗାଏ

ବରଷା ସରସା କରେ ଲୋକ ହସା ।


ଅତୀତ କାନ୍ଦେ ମୁଣ୍ଡ କଚାଡି ବର୍ଷା

କହ କି ପ୍ରେମ ତୋରି ଦେହରେ

ମୁଁ ଆଜି କାନ୍ଦୁଛି ମୁଣ୍ଡ କୁ କଚାଡି

ଯାହା ନାଚେ ସ୍ମୃତି ର ଇତିହାସରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy