STORYMIRROR

Prafulla Chandra Mishra

Fantasy

3  

Prafulla Chandra Mishra

Fantasy

ସୁଗ୍ରୀବ ରାଜ୍ୟାଭିଷେକ-ରାଗ-ଚୋଖି

ସୁଗ୍ରୀବ ରାଜ୍ୟାଭିଷେକ-ରାଗ-ଚୋଖି

2 mins
202


ବାଳି ପରାକ୍ରମ ବଳେ  ଭାତ୍ରୁ ବଧୂ ବଳତ୍କାରେ

ହରଣ କରିଣ ନେଇ ରଖେ ପାଖରେ

ବାଳି ପାଖରେ ସୁଗ୍ରୀବ   ନାହିଁ ବଳ ପ୍ରତିରୋଧ

ଲୁଚି ରହେ ଯହିଁ ତହିଁ ବାଳୀ ଭୟରେ

ପର ଦାରା ହରଣେ ପାପ

ପ୍ରୟଶ୍ଚିତ ପାଇଁ ସେହି ହୋଇବ ହତ ।।


କଥା ଦେଇ ସୁଗ୍ରୀବକୁ  “ବାଳି ସହ ଯୁଝି ବାକୁ

ହକାର” ଯାଇଣ ତୁମେ ଭୟ ନକର

ଏବେ ତାହାର ମରଣ  କରି ତାରା ଉଦ୍ଧାରଣ

କିସ୍କିନ୍ଧ୍ୟାରେ ଅଭିଷେକ ହେବ ତୁମର

ରାମ ଙ୍କର ଆଜ୍ଞାରେ ସୁଗ୍ରୀ

ଭୀମ ରଡିକରି ଡାକେ ଆସରେ ବାଳି ।।


ସୁଗ୍ରୀବର ଡାକ ଶୁଣି  ତାରା ପାଖରୁ “ମେଲାଣୀ

ମାଗି” ମାଡି ଆସିଲା ସେ ଯୁଦ୍ଧ କ୍ଷେତ୍ରକୁ

ଯୁଦ୍ଧ ବଡ ଭୟଙ୍କର   ଗର୍ଜନେ କମ୍ପେ ଅମ୍ଵର

ମହାବଳୀ ବାଳି ମାଡି ବସେ ସୁଗ୍ରୀକୁ

ବସି ସୁଗ୍ରୀ ବକ୍ଷ ଦେଶରେ 

ରଡି ଛାଡି ବଜ୍ରମୁଷ୍ଟି ପ୍ରହାର କରେ ।।


ରହି ବୃକ୍ଷ ଉଢାଳରେ    ବକ୍ଷକୁ ଶର ବିନ୍ଧିଲେ

ରଘୁକୁଳ ବୀରବର ଶ୍ରୀରାମ ନାଥ

କ୍ଷତାକ୍ତେ ବାଳି ବାନର  ଗରଜେ ଯେହ୍ନେ ମେଦୂର

ଛଟପଟ ହୁଏ ଦେହୁ ଝରେ ଶୋଣିତ 

ଆଗେ ଉଭା ଶ୍ରୀରାମଚନ୍ଦ୍ର

ଦେଖି ଦୁଃଖେ କହେ ପ୍ରଭୁ ଛଳ କଲତ ।।


ଛାର ବୃଦ୍ଧ ବାନରକୁ   କିମ୍ପାଇ ମାରିଲ ପ୍ରଭୁ

କହ ଅବା କେଉଁ ଯଶ କିର୍ତ୍ତି ଅର୍ଜିବ

ଶୁଣି ରାମ ବୋଲୁଛନ୍ତି  ଶୁଣ ଆହେ ଯୁଥପତି

ପରସ୍ତ୍ରୀ ହରଣେ ଯେତେ କରିଛ ପାପ

ତାପାଇଁ ୟେ ଦଣ୍ଡ ତୁମକୁ

ସୁଖ ମୃତ୍ୟୁ ଲଭି ଏବେ ଚଳ ସ୍ଵର୍ଗକୁ ।।


ବାଳିର ପୁତ୍ର ଅଙ୍ଗଦ ମନରେ ରହିଲା ଖେଦ

ପିତୃହନ୍ତା ପ୍ରତିଶୋଧେ ମନ ଉଦ୍‌ବେଳ

ଜାଣିଲେ ଶ୍ରୀ ରଘୁନାଥ ବୋଲନ୍ତି ଆରେ ଅଙ୍ଗଦ

ଜାଣେ ତୋର ମନ କଥା ନୁହ ବ୍ୟାକୁଳ

 ଦ୍ଵାପରରେ “ଜାରା ଶବର

ହୋଇ” ସୁଝାଇବୁ ରୁଣ ଦେଉଛି ବର ।।


ଶୁଦ୍ଧ ଶ୍ରାଦ୍ଧ କ୍ରିୟା କର୍ମ  କରିଲେ ଯେ ସମାପନ

ସୁଗ୍ରୀବ ରାଜ୍ୟାଭିଷେକ ପାଇଁ ଶ୍ରୀରାମ

ଆଦେଶ ଦେଲେ ଲକ୍ଷ୍ମଣ  କର ଯେତେ ଆୟୋଜନ

ମଇତ୍ର ହୋଇବେ କିସ୍କିଦ୍ଧ୍ୟାର ରାଜନ

ଯୁବ ରାଜ ପଦେ ଅଙ୍ଗଦ

ତାରା ରାଣୀ ରୂପେ ସୁଗ୍ରୀ ରାଜ୍ୟାଭିଷେକ ।।


କରିଲେ” ରାମ ଠାକୁର  ଏବେଳରେ ବର୍ଷା କାଳ

ଉପନୀତ ହେଲା ଆସି ମହି ମଣ୍ଡଳେ

ରାମ ଲକ୍ଷ୍ଣଣ ସହିତେ  ଗିରି ବର ମାଲ୍ୟବନ୍ତେ

ଗୁମ୍ପାରେ ରହିଲେ ଯାଇ ଆକୁଳେ

ସୀତୟା ବିଛେଦେ ଶ୍ରୀରାମ

ଦିନ କାଟନ୍ତି ଯେ ଅଶ୍ରୁପ୍ଳୁତ ନୟନ ।।


ହନୁମନ୍ତଙ୍କ ସହିତ  ସୁଗ୍ରୀବ ମନ୍ତ୍ରଣା “ମାତ

ସୀତା” ଠାବ ପାଇଁ ଏବେ ହୁଅ ଉଦ୍ୟତ

ଯାଉ ୟେ ବରଷା କାଳ  ଶରତ ଆସିଲେ ବୀର

ଲଙ୍କାକୁ ଯିବା ପାଇଁକି ହୁଅ ପ୍ରସ୍ତୁତ

ଶୁଣି ହନୁ ମନ ସନ୍ତୋଷ

କୁହଇ ଯାଇ ନିଶ୍ଚୟ କରିବି ଠାବ ।।


ସୁଗ୍ରୀବ ରାଜ୍ୟଅଭିଷେକ  ତାରା ସହ ଯେ ଅଙ୍ଗଦ

ରହିଲେ ସୁଖରେ ପ୍ରଜା କରି ପାଳନ

ମୁହିଁ ପ୍ରଫୁଲ୍ଲ ଅଧମ  ଏହା କରିଲି ବର୍ଣ୍ଣନ

ଘେନ ମନରେ ଏ କଥା ହେ ସୁଧିଜନ

ସୁଗ୍ରୀବର ରାଜ୍ୟାଭିଷେକ

ସମାପ୍ତ କରିଲି ଏହି କଥା ଅମୃତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy