ଋତୁରାଜ ବସନ୍ତ
ଋତୁରାଜ ବସନ୍ତ
ଫଗୁଣ ପତରେ ଋତୁରାଜ ବସନ୍ତ
ଲେଖିଛି କି ପ୍ରେମ କବିତା
ବସନ୍ତ ପ୍ରେମିକା କିଏ କାହିଁ ଅଛ
କୋଇଲି କହେ ଦିଅ ବାରତା l
ମଳୟ ହାତରେ ଚିଠି ଲେଖିଥିଲା
ବସନ୍ତ ଆଗୁଆ ହୋଇକି କଥା
ବରଷା ଭିତରେ ଚୁପ ବସିନି ବସନ୍ତ l
ଉପହାର ଟିପ ଟିପ ମେଘର ସତ୍ତା
ବୁଝିଲାନି ସେଇ ଅମାନିଆଁ ପ୍ରିୟା ବସନ୍ତର
ଏବେ ହଳଦୀ ବସନ୍ତ ପାଉଛି ବ୍ୟଥା
ପକ୍ଷୀଟେ ନଭାବି ପ୍ରଥମ ପ୍ରେମ ସ୍ତବକକୁ
ପଠେଇଥିଲା ପକ୍ଷୀକୁ ଭାବି ହର୍ତ୍ତା କର୍ତ୍ତା l
କେମିତି ଜାଣିବ ଋତୁରା଼ଜ ବସନ୍ତ ଏଠାରେ
ବୁଝେନାହିଁ କେହି କାହାରି କଥା
ବୁଝୁନି ବସନ୍ତ କେହି ଜାଣନ୍ତିନି କିଏ ତାଙ୍କରି
ପ୍ରିୟା ମଉନାବତୀ ନା ଲବଙ୍ଗଲତା l
ବସନ୍ତ ଆସିବ ମଳୟ ବହିବ ଫଗୁଣ କହିବ
ମଧୁର ପ୍ରେମର ବାର୍ତ୍ତା
ଯିଏ ହେଉ ଯାର ପ୍ରେମିକା ବା ପ୍ରିୟା ବସନ୍ତ
ବୁଝିବ ଜାଳିବ ହୃଦୟ ସଳିତା l
ଯିଏ ଯାର ବଧୂ କନକ ବରଣା ଓ କନକ ଚମ୍ପା
ବସନ୍ତରେ ପ୍ରେମ ଲେଖି ଛନ୍ତି ଭାଗ୍ୟବିଧାତା
ଋତୁରାଜ ବସନ୍ତ ରାଜ କରିବେ ଧରଣୀରେ
ପିକ କୁହୁ କୁହୁ କହି ଦିଏ ବାରତା l
ଯେତେ ଋତୁ ଆସୁ ଯାଉ ଋତୁରାଜ ଆସିଲେ
ମନ ବୃନ୍ଦାବନେ ଅଳସୀ ଲତା
ଫୁଟାଏ ଫୁଲ ମାଖି ଝରାଫୁଲ ଓ ଝୁମୁକା
ଋତୁରାଜ ବସନ୍ତ ଲେଖିବେ ପ୍ରେମ କବିତା l
ଜୀବନେ ବସନ୍ତ ଧରାରେ ଋତୁରାଜ ବସନ୍ତ
ଆସିଲେ ଫୁଲ ପତରରେ ଲେଖା କବିତା
ସବୁଜ ଶାଢ଼ୀ ପଣତରେ ଧରଣୀ ମାତା
ଦିଶିବ ସୁନ୍ଦର ମାଆ ମନ ତାର ଭାଗବତ ଗୀତା l

