STORYMIRROR

Gargi Mishra

Romance Fantasy Inspirational

3  

Gargi Mishra

Romance Fantasy Inspirational

ଜହ୍ନ ଓ ଦର୍ଶନ

ଜହ୍ନ ଓ ଦର୍ଶନ

2 mins
169

 

ଆଜିକାଲି ମୋର ଝର୍କା ଖୋଲିଲେ

ମୁଁ ଦେଖେ ମନ୍ତ୍ରାୟିତ ଆକର୍ଷଣରେ

ଏକ ଭାବୁକର ଚାହାଣି ନେଇ,

ଚନ୍ଦ୍ରରେ କଳାଟିଏ

ଅବା ଖୋଲିଛି

ଆକାଶର ତୃତୀୟ ନୟନ

ଭିତରେ ଡୋଳାଟିଏ?

ଇଚ୍ଛା,

ଶୀତଳ ଆଲୋକରେ ତିନ୍ତୁଥିବା

ମୋର ଆଖିଙ୍କୁ ପଠାଇ ପଚାରନ୍ତି

ଅପହଞ୍ଚ ସେଇ ଫଳକରେ ଥିବ କଣ ?

ପାଣି ନା ଶୋଷ ?

ବିଭ୍ରାନ୍ତ କରେ ଆଜି ବୈଜ୍ଞାନିକ ମତ

ଆବିଷ୍କାର, ଉଦ୍ଭାବନ, ତଥ୍ୟ, ଅନୁସନ୍ଧାନ

ମୋତେ ଦେବକି କିଛି ଅଧିକ ମୂଲ୍ୟବାନ?

ପାଇଛି ଯାହା ମୋର ଭାବନାଛନ୍ନ ମନ

ଦେଖ,

ଜହ୍ନ ବଦଳିନି, ବଦଳିନି ଆକାଶ

ନା ବଦଳିଛି ପୃଥିବୀ, ବା' ଆଉ ବତାସ...

ହେଲେ ବଦଳି ଯାଇଛି ଦୃଷ୍ଟିକୋଣ, ବଦଳିଛି ଉଚ୍ଚ୍ୱlସ

ଆଜିବି ଜହ୍ନ ଦେଖି ପ୍ରକୃତିରାଣୀ ଚମକେ

ଗୁଞ୍ଜିଉଠେ ମେଘଦୂତ, ରାଗ ମହ୍ଲାର ଗାଏ ଶ୍ରାବଣ

ନଭ ଅଗଣାରେ ଅକ୍ଳେଶରେ ଆଙ୍କିହୋଇପଡେ

ଇନ୍ଦ୍ରଧନୁର ତୋରଣ

ପାହାଡ଼ ପ୍ରାନ୍ତରେ ସିନ୍ଧୁର୍ମି କରେ ପ୍ରାଣର ସଞ୍ଚାର

ଦୁଃଖର ନିଦାଘ କଣ କୁହୁଳାଇ ପାରେ ଅରଣ୍ୟବହ୍ନି?

ସମୟ ଲେଖିପାରେ ଯହିଁ ବିଜୟ ସମର୍ଥନ

ଚାନ୍ଦ ଜଗାଇ ଥିବା ଇଛାଶକ୍ତି ଫର ଫର କରି ଉଡାଏ ଧ୍ବଜା

ପରାସ୍ତ ସମସ୍ୟା ମାନେ କରନ୍ତି ଆତ୍ମସମର୍ପଣ l

କଳଙ୍କ ନୁହେଁ,ଆଖି ଖୋଲିଦେଖ ଆମ ଦୁଆତ କାଳିରେ,

ଫେଣ୍ଟିହୋଇଯାଇଥିବା ଜହ୍ନର ସ୍ପଷ୍ଟଛାଇ

ଅମାବାସ୍ୟାର ରାତିଟାଏ ଯେପରି

ସାବିତ୍ରୀର ଧର୍ଯ୍ୟ ଆଉ 

ଦୁଃସାହସର ଗୋଟିଏ ମହାକାବ୍ୟ ଓ

କୁମାର ପୂର୍ଣମୀରେ କୁମାରୀ ମନତଳ

ଆବେଗ ବଖାଣୁଥାଇ

ଶୁଣ,

ସାହିତ୍ୟରେ ଜହ୍ନ, ଜୋଛନା, ଶଶୀ, ଜାହ୍ନବୀ

ହେଉ କି ବିଜ୍ଞାନର

ନୂଆ ତଥ୍ୟ, ସିଦ୍ଧାନ୍ତ, ପରୀକ୍ଷା,ଅନୁଶୀଳନ

ଦିଗନ୍ତ ପ୍ରସାରି ଆଜି ଚନ୍ଦ୍ରମାର ଗାଥା,

ସେ ଗାଥାରେ କେବଳ ମୁଁ ଶୁଣେ

ଚନ୍ଦ୍ରଅଛି ତ କୁମୁଦିନୀ ଚିତ୍ତେ ମୃଦୁ ଶିହରଣ

ଅବା ଚନ୍ଦ୍ର ନାହିଁତ ଅମାବାସ୍ୟାର ମିଠା ମିଠା ବ୍ୟଥା

ରାତ୍ରୀର ଜଟିଳତା ବୁଝାଇ ହୁଏନା

ବିସ୍ତୃତ ବିବରଣୀରେ ଯାହାକୁ

ଏକ ପରକଲମର ନିବେଦନ

ବୁଝେଇ ପାରେ କେଡେ ସଂକ୍ଷିପ୍ତରେ, ସହଜରେ

ଆତ୍ମାର ମହକିତ ପରିପୂର୍ଣତାକୁ

ପୂର୍ଣମୀ ଜନ୍ହ ଆକାଶ ବକ୍ଷରୁ ଥାଇ

ଜ୍ୟୋତ୍ସ୍ନାୟିତ କିରଣ ଢାଳି

ମୁଖରିତ କରେ ଆମ ପାରିପାର୍ଶ୍ୱକୁ

କୁହ,

ଏତକ ଦର୍ଶନ କଣ ଯଥେଷ୍ଟ ନୁହେଁ ଜୀବନଟା ଜିଁବାକୁ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance