STORYMIRROR

Pritibardhan Nayak

Romance Fantasy

3  

Pritibardhan Nayak

Romance Fantasy

ଝୁମୁକା

ଝୁମୁକା

2 mins
189

           

ଯାଇଥିଲି ବାଲିଯାତରା ପ୍ରିୟାକୁ ସାଙ୍ଗରେ ନେଇ

ବୁଲାବୁଲି କଲୁ ଦି' ଜଣ କାନ୍ଧରେ ହାତ ପକାପକି ହେଇ।

ରାମଦୋଳିରେ ଆମେ ବସିଲୁ ହେଇ ଟିକେ ପାଖା ପାଖି

ହାତ ଧରା ଧରି ହୋଇ ଚାହିଁଲୁ ଦିହେଁ ଦିହିଁଙ୍କ ଆଖିକୁ ଦେଖି।

ଯେବେ ରାମଦୋଳି ଗଲା ଉଚ୍ଚକୁ ଛାତି ମୋର ଥରୁ ଥିଲା 

କାରଣ ଜୀବନେ ଥରେ ବସିଥିଲି

ରଜ ଦୋଳିରେ ଯାହା ବାନ୍ତିର କାରଣ ସାଜିଥିଲା। 

ସେବେଠୁ ରଜ ହେଉ ଅବା ଯାତରା

ଦୋଳିରେ ବସିବା ମୁଁ ଛାଡିଛି

ଆଜି ପ୍ରିୟା ଥିଲା ବୋଲି ସାଥିରେ

ରାମଦୋଳିରେ ମୁଁ ଟିକେ ବସିଛି।

କିଛି ସମୟ ବ୍ୟବଧାନରେ ଦୋଳି ଉପରୁ ତଳକୁ ଖସିଲା

ସେଠୁ ଆମେ ଖସିବା ପରେ ଆମ ଯାତ୍ରା ବୁଲା ଆରମ୍ଭ ହେଲା।

ଦୂରରୁ ଦେଖିଲୁ ଝୁମୁକା ଦି' ଜଣ ଗଲୁ ପାଖକୁ

ଖୁସି ହେଇ ମୋ ପ୍ରିୟା କହିଲା ଝୁମୁକା

ଗୋଟେ କିଣି ଦିଅ ମୋ କାନକୁ।

ପ୍ରଥମେ ଗୋଟିଏ ଝୁମୁକା ଆଣି ଲଗେଇଲି ତା' କାନରେ

ହେଲେ କାଚ ଆଇନାରେ ଦେଖି ମତେ ସେ କହିଲା ଭଲ ଲାଗୁନି ମୋ କାନକୁ ଜମାରେ। 

ଚାରି ପାଞ୍ଚଟା ପ୍ରୟାସ ପରେ ଶେଷରେ ସଫଳ ମୁଁ ହେଲି 

ହେଲେ ସବୁ ପ୍ରୟାସ ମୋ ପାଣି ଫାଟିଲା ଯେବେ ପ୍ରଥମ ହିଁ ତା'ର ପସନ୍ଦ ଥିଲା ବୋଲି ଜାଣିଲି।

ଝୁମୁକା ଦୋଅଟି କାନରେ ପିନ୍ଧି ମୁହଁରେ ମାସ୍କ ଦେଇ 

ପ୍ରିୟା ମୋର ସାଥିରେ ଯାଉଥିଲା ଧୂଆଁ ଧୂଳିକୁ ଆଡ଼େଇ। 

ଠୁଙ୍କା ପୁରୀ ଠୁଙ୍କିବାକୁ ଆମେ ଦୁଇ ଜଣ ଗଲୁ 

ଠୁଙ୍କା ପୁରୀ ସାରିବା ପରେ ଦୁଇ ଜଣ ଦି' ଜଣ ମୁହଁକୁ ଚାହିଁଲୁ। 

ଚାହାଁ ଚାହିଁରେ ମୋର ନଜର ତା' କାନ ଉପରେ ପଡିଲା 

କହିଲି ମୁଁ ତାକୁ ତମ ଝୁମୁକା ବୋଧେ ଠେଲା ଠେଲି ଭିଡରେ ହଜିଲା। 

ଖୋଜିଲୁ ଆମେ ସେହି ଝୁମୁକାକୁ ଆଖ ପାଖ ଅଞ୍ଚଳରେ 

କହିଲି ମୁଁ ତାକୁ ଝୁମୁକା ଆମର ସୁନା ନୁହେଁ ବୋଲି ଚାଲ କିଣିନେବା ଆଉ ଥରେ। 

ଆଉ ଗୋଟିଏ ସେମିତିକା ଝୁମୁକା କିଣିଲୁ ସେହି କଟକ ବାଲିଯାତ୍ରାରେ

ଝୁମୁକା ପିନ୍ଧି ମୋ ପ୍ରିୟା ବାରି ହେଇ ପଡୁଥିଲା ସେହି ଭିଡ ମଝିରେ। 

କେତେ ଯେ ସୁନ୍ଦରୀ ପ୍ରିୟା ଦିଶୁଥିଲା ସେହି ପୂର୍ଣ୍ଣମୀର ରାତିରେ 

ମୁଁ ନୁହେଁ କେବଳ ଜହ୍ନ ବି ତାକୁ ଜାଗା ଦେବ ତା'ର ଛାତିରେ। 

ଛାତିରେ ମୋର ପ୍ରିୟାକୁ ଜାବୁଡି ଦେଖୁଥିଲି ଚାରି ଆଡକୁ 

ସେତିକି ବେଳେ ମୋ ଦେହରେ ମାଡ ବାଜିଲା କାରଣ ମୁଁ ପଡିଗଲି ଖଟ ତଳକୁ। 

ନିଦରେ ମୋହର ବାଲିଯାତ୍ରା ବୁଲା ପ୍ରିୟା ସହ ଆଜି ସରିଲା

ସତରେ ହେଲାନି ସ୍ଵପ୍ନରେ ହେଉ ପଛେ ପ୍ରିୟା ମୋ ହାତ ଧରି ବୁଲିଲା। 

ହେଲେ ଯେବେ ବି ମୁଁ ସତରେ କଟକ ବାଲିଯାତ୍ରା ବୁଲିବା ପାଇଁ କି ଯିବି 

କିଣିକି ଆଣିବି ଗୋଟିଏ ଝୁମୁକା ଆଉ ପ୍ରିୟା କାନ ପାଇଁ ରଖିଥିବି। 

ଯେବେ ପ୍ରିୟା ମୋ ପାଖକୁ ଆସିବ 

କାନରେ ପିନ୍ଧିବ ସେହି ଝୁମୁକାକୁ ଆଉ ଖୋଲା ହସ ସିଏ ହସିବ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance