STORYMIRROR

Pritibardhan Nayak

Others

3  

Pritibardhan Nayak

Others

ଗାଁରେ ପରିବର୍ତ୍ତନ

ଗାଁରେ ପରିବର୍ତ୍ତନ

1 min
14

ଆଧୁନିକତାର କୋମଳ ସ୍ପର୍ଶ ଆମ ଗାଁ ଝିଅ ବୋହୂ ଦେହେ ବାଜିଛି

ସ୍ପର୍ଶ ପାଇ ଆଜି ଆମ ଝିଅ ବୋହୂଙ୍କ ଚାଲି ଚଳଣି ବଦଳି ଯାଇଛି। 


ଗାଁ କନିଆ ଆଗରୁ ପୂଜା ପର୍ବାଣୀରେ ଶାଢ଼ିଟିଏ ପିନ୍ଧୁଥିଲା

ଏବେ ତ ଏମିତି ଅନଲାଇନ ଯୁଗ ଆସିଲା ଶାଢ଼ି ଚୁଲିକୁ ଗଲା। 


ସଜେଇ ହଉନି ଗାଁ ରମଣୀ ହାତ ତା'ର ଖାଲି ଖାଲି ଦିଶୁଚି 

ମୁଣ୍ଡରେ ଟିକିଲି ଲଗେଇ ହେଇନି ମଥା ତା'ର ଶୂନ୍ୟ ପଡିଚି। 


କାନରେ ଝୁମୁକା ନ ପିନ୍ଧି ସିଏ କାନେ ଇୟର ବଡ୍ ଟିଏ ଗେଞ୍ଜିଛି

କେଶରେ ଦେଖ ଗଜରା ନ ପିନ୍ଧି ହେୟାର ବ୍ୟାଣ୍ଡଟେ ବାନ୍ଧିଛି। 


ପାଦରେ ପାଉଁଜି ବଦଳରେ ଆଜି କଳା ଫିତାଟିଏ ପିନ୍ଧିଛି

ସୁନ୍ଦର ଗୋଲାପୀ ଅଧରକୁ ଦେଖ ନାଲି ରଙ୍ଗେ ରଙ୍ଗାଇଛି। 


ମୁହଁରେ ହଲଦୀ ବଦଳରେ ସିଏ ମେଞ୍ଚାଏ କ୍ରିମ ମାଖିଛି

ଶୁଦ୍ଧ ଗାଁ କନିଆ ପାଇବାକୁ ଆଜି ଆଖି ମୋ ଦରାଣ୍ଡି ହେଉଛି।


ଗାଁ ଟୋକା ସବୁ ପରିଶ୍ରମ ଛାଡ଼ି ନିର୍ବାଚନେ ମାତିଛନ୍ତି 

କୁଜି ନେତା ଆଜି ସାଜି ସଭିଏଁ ନିଜକୁ ବଡ଼ ନେତା ଭାବୁଛନ୍ତି। 


ମାଲ୍ ଆଉ ପାଞ୍ଚଶହ ମିଳିଲେ ଆସରଟିଏ ଜମୁଛି 

ମୋବାଇଲ ଆଉ ପବଜି ମାଡ଼ରେ ଗାଁ ଚଉପାଢ଼ି ଦୋହଲୁଛି।


ଚଉପାଢ଼ି ବି ଆଜି ବିରକ୍ତ ହେଲାଣି ଏହି ଟୋକା ମାନଙ୍କ ପାଇଁ  

ସବୁ ବେଳେ ଖାଲି ବସି ରହୁଛନ୍ତି କଣ କିଛି କାମ ଧନ୍ଦା ବୋଧେ ନାହିଁ। 


ଦିନେ ଗାଁ ଦାଣ୍ଡେ କୁନି କୁନି ପିଲା କ୍ରିକେଟ ବାଡଉ ଥିଲେ 

ଏବେ ଏମିତି ମୋବାଇଲ ଯୁଗ ଅଇଲା ସଭିଏଁ ରିଲ୍ସ ପ୍ରିୟ ହୋଇଲେ।



ଲୁଚାଲୁଚି କି ବୋହୂ ଚୋରି ହେଉ ଅବା ବିଷ ଅମୃତର ଖେଳ

ଏହି ସବୁ ଖେଳ ଭୁଲିଯାଇଛନ୍ତି ଶେଷେ ମୋବାଇଲ ହୋଇଲା କାଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍