STORYMIRROR

Ramesh Chandra Swain

Abstract

4  

Ramesh Chandra Swain

Abstract

ବରଷା ରାଣୀ

ବରଷା ରାଣୀ

1 min
25

ମେଘ ସବାରୀରେ ମେଘାବତୀ ବାମା

କଳାହାଣ୍ଡି ଗଡ ରାଜ କୁମାରୀ

ପ୍ରେମ ପରଶରେ ପାଗଳ ମନରେ

ବର୍ଷା ଭିଜା ତାର ଲୋତକ ବାରି।

ଆକାଶ ଦେଶରେ ମେଘ ବାଦଲ ରେ

ଚିକ ମିକ ତାର ପ୍ରେମ ସୋହାଗ,

କିଏ ଭାଗ୍ୟବାନ ମାଳଵ ନନ୍ଦନ

ପ୍ରେମେ ବିସର୍ଜିତ ହେବ ସମ୍ଭୋଗ।

ବିଜୁଳି ଚମକେ ଘଡ଼ ଘଡି ଡାକେ

ବେଙ୍ଗ ବେଙ୍ଗୁଲି ଙ୍କ କେଁ କଟର

କୁମ୍ଭାଟୁଆ ପ୍ରେମ ବରଷା ଧାମ

ନିଆରା ଧରଇ ପ୍ରକୃତି ସ୍ୱର।

ଚାଳରୁ ଗଳଇ ବରଷା ର ଧାରା

ଇନ୍ଦ୍ରଧନୁ ସପ୍ତ ରଙ୍ଗେ ହସଇ

ନାଲି ଟୁକୁ ଟୁକୁ ସାଧବ ବୋହୂ

ରଙ୍ଗ ମନକୁ ମୋହଇ।

ଚାଷୀ ପୁଅ ତାର କ୍ଷେତକୁ ଦଉଡେ

କ୍ଷେତରେ ପାଣି ବାନ୍ଧିବ

ନବ ସମ୍ଭାବନା ବଞ୍ଚିବା ବାସନା

ଜଗତକୁ ଭେଟି ଦେବ।

କାଗଜ ଡଙ୍ଗାରେ ମୋ ଜାତି ଦେଖଇ

ଅତୀତ ଓଡ଼ିଆ କୀର୍ତ୍ତି

ଧନ ରତ୍ନ ବୋହି ଆଣନ୍ତି ବିଦେଶୁ

ଧନ ଶାଳୀ ହେବ ଜାତି।

ରଜ ମଉଜ ରଥ। ଯାତରା ର ମଜା

ଏଇ ଋତୁରେ ଆସିଥାଏ

ପିଠା ପଣା ଖାଇ ମନକୁ ରଙ୍ଗାଇ

ଶାନ୍ତିରେ ନିଃଶ୍ୱାସ ନିଏ।

ମାଆ ମୋ ଓଡ଼ିଶା ପୂର୍ଣ୍ଣ ଗର୍ଭା ଆଶା

କୋଟି ପ୍ରଣିପାତ ମାଆ କୁ ମୋର

କରେ ପ୍ରଣିପାତ ଆରଜନମରେ

ଜନମିବି ତୋର କୋଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract