ଫୁଲେଇ ଫଗୁଣ
ଫୁଲେଇ ଫଗୁଣ
ଫୁଲେଇ ଫଗୁଣର ବଗିଚାରେ
ସୁଗନ୍ଧ ଆସୁଛି ପତ୍ରରେ ଫୁଲରେ
ସବୁଜ ପତ୍ରର ରନ୍ଦ୍ରରେ
ପ୍ରଜାପତି ଆସୁଛି ଦିନ ଦ୍ବିପହରେ
ଋତୁଟା ମନେଇ ଫଗୁଣେ ଭିଜଇ
ପଳାସ ଆଖିଠାରେ କୃଷ୍ଣଚୂଡ଼ା ମନମାରେ
କୋଇଲି ମହୁଲି ପିଇ ନାଚେ ଥେଇ ଥେଇ
ଶ୍ରାବଣ ଭୋଦୁଅରେ ମାରେ ହାଇ
କେତକୀ ରୁଷି ବସେ କଥା କହେନାହିଁ
କୁହୁ ସ୍ଵରେ ଗାଏ କିଏ ରହି ରହି
ବଇଁଶୀ ବାଜିଲେ ରାଧାଙ୍କ ପାଦ ବଙ୍କେଇ
ଝୁଣ୍ଟିଆ ପାଉଁଜି ଶବ୍ଦେ ରାଧା ପାଗଳିନୀ
ବକୁଳ ବଣରେ ଯାଆନ୍ତି ଫୁଲରେ ଶୋଇ
ନାରିକେଳ,ଫୁଲ ବଉଳ ସାଥେ ଘୁମେଇ
କଳାକାହ୍ନୁ ନାଚନ୍ତି ବଇଁଶୀ ବଜାଇ
ଲଳିତା ବିଶାଖା ଗୋପପୁରେ ରହି
ଦହି ଖାଇବାକୁ ଉଚ୍ଛନ୍ନ କହ୍ନେଇ
ନାଲି ଗୁଲୁ ଗୁଲୁ ସାଧବ ବୋହୁଟା
ହଉଛି ତୁଚ୍ଛାକୁ ଫୁଲେଇ
ଅଳସୀ ଚାଲିରେ କଦମ୍ବ ବନରେ
ସଳଖେ ସଅଳେ ସିନ୍ଦୁରା ଫାଟଇ
ମୌସୁମି ଖେଳୁଛି ଆନମନା ହୋଇ
କେବେ ଦେଇ ଦେଖା ଯାଉଛି ଦୂରେଇ
ଆକାଶ କୁସୁମ ଚିଲିକା ମାଛ ଦେଖେଇ
ଫଗୁଣ ଆଣିଛି ଫୁଲ ଚାଙ୍ଗୁଡ଼ି ସଜେଇ
ଗରାଖ କେ ନାହିଁ ଋତୁ ଗଲେ କାହିଁ
ଭାବନାରେ ଭିଜି ଫୁଲ ସଵାରୀରେ ସାଜି
ବର୍ଷା ସଵାରୀରେ ମେଘଓଢଣୀରେ
ବାଦଲ ଫାଙ୍କରୁ ଚାହେଁ କଣେଇ
ଜଗନ୍ନାଥଙ୍କ ରଥ ଯାତରା ହୁଅଇ
ମଣିଷ ସମ୍ପର୍କ ଓ କୌଶଳ ଶିଖଇ ।
