STORYMIRROR

Sunanda Mohanty

Classics Fantasy

3  

Sunanda Mohanty

Classics Fantasy

ଫୁଲେଇ ଫଗୁଣ

ଫୁଲେଇ ଫଗୁଣ

2 mins
120


ଫୁଲେଇ ଫଗୁଣର ବଗିଚାରେ 

ସୁଗନ୍ଧ ଆସୁଛି ପତ୍ରରେ ଫୁଲରେ

ସବୁଜ ପତ୍ରର ରନ୍ଦ୍ରରେ

ପ୍ରଜାପତି ଆସୁଛି ଦିନ ଦ୍ବିପହରେ

ଋତୁଟା ମନେଇ ଫଗୁଣେ ଭିଜଇ

ପଳାସ ଆଖିଠାରେ କୃଷ୍ଣଚୂଡ଼ା ମନମାରେ

କୋଇଲି ମହୁଲି ପିଇ ନାଚେ ଥେଇ ଥେଇ

ଶ୍ରାବଣ ଭୋଦୁଅରେ ମାରେ ହାଇ

କେତକୀ ରୁଷି ବସେ କଥା କହେନାହିଁ

କୁହୁ ସ୍ଵରେ ଗାଏ କିଏ ରହି ରହି

ବଇଁଶୀ ବାଜିଲେ ରାଧାଙ୍କ ପାଦ ବଙ୍କେଇ

ଝୁଣ୍ଟିଆ ପାଉଁଜି ଶବ୍ଦେ ରାଧା ପାଗଳିନୀ

ବକୁଳ ବଣରେ ଯାଆନ୍ତି ଫୁଲରେ ଶୋଇ

ନାରିକେଳ,ଫୁଲ ବଉଳ ସାଥେ ଘୁମେଇ

କଳାକାହ୍ନୁ ନାଚନ୍ତି ବଇଁଶୀ ବଜାଇ

ଲଳିତା ବିଶାଖା ଗୋପପୁରେ ରହି

ଦହି ଖାଇବାକୁ ଉଚ୍ଛନ୍ନ କହ୍ନେଇ

ନାଲି ଗୁଲୁ ଗୁଲୁ ସାଧବ ବୋହୁଟା

 ହଉଛି ତୁଚ୍ଛାକୁ ଫୁଲେଇ

ଅଳସୀ ଚାଲିରେ କଦମ୍ବ ବନରେ

ସଳଖେ ସଅଳେ ସିନ୍ଦୁରା ଫାଟଇ

ମୌସୁମି ଖେଳୁଛି ଆନମନା ହୋଇ

କେବେ ଦେଇ ଦେଖା ଯାଉଛି ଦୂରେଇ

ଆକାଶ କୁସୁମ ଚିଲିକା ମାଛ ଦେଖେଇ

ଫଗୁଣ ଆଣିଛି ଫୁଲ ଚାଙ୍ଗୁଡ଼ି ସଜେଇ

ଗରାଖ କେ ନାହିଁ ଋତୁ ଗଲେ କାହିଁ

ଭାବନାରେ ଭିଜି ଫୁଲ ସଵାରୀରେ ସାଜି

ବର୍ଷା ସଵାରୀରେ ମେଘଓଢଣୀରେ 

ବାଦଲ ଫାଙ୍କରୁ ଚାହେଁ କଣେଇ

ଜଗନ୍ନାଥଙ୍କ ରଥ ଯାତରା ହୁଅଇ

ମଣିଷ ସମ୍ପର୍କ ଓ କୌଶଳ ଶିଖଇ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics