STORYMIRROR

DEEPAK KUMAR PATRA

Tragedy Fantasy Inspirational

3  

DEEPAK KUMAR PATRA

Tragedy Fantasy Inspirational

ମା ଆଉ ମୁଁ

ମା ଆଉ ମୁଁ

2 mins
269

ମା ମୁଁ ଅନ୍ଧାରକୁ ଦେଖି ଡରିଯାଉଥିଲି

ଭୟଭୀତ ହେଇପଡୁଥିଲି ଶବ୍ଦଟିଏ ଶୁଣିଲେ

କବାଟର କେଁ କଟର ଶବ୍ଦରେ

ଥରିଯାଉଥିଲା ମୋ ଶରୀର

ହେଲେ, ଏବେ ସମୟ ସାଙ୍ଗକୁ

ଧୀରେ ଧୀରେ ଶିଖୁଛି ମା

ଅନ୍ଧାରରେ ରହି ନିଜକୁ ଆଲୋକକୁ ଆଣିବାର…..।

ଯେତେବେଳେ ଚାଲୁଚାଲୁ ଝୁଣ୍ଟି ପଡୁଥିଲି

ତୁ ହାତରେ ସହାରା ଦେଇ

କୋଳେଇ ନେଉଥିଲୁ ,

ଆଉଁସି ଦେଉଥିଲୁ ଟିକେ

ହେଲେ ,ଏବେ ଦୁନିଆଁର ରାସ୍ତାରେ

ଝୁଣ୍ଟିପଡି ଶିଖୁଛି ମା

କୋଳେଇ ନେବାକୁ କେହି ତ୍ ନାହିଁ

ହେଲେ ପଛପଟୁ ଆଘାତ ଦବା ଲୋକ ବହୁତ

ତଥାପି ଶିଖୁଛି ମା ଆସ୍ତେ ଆସ୍ତେ

ଏଠି ଆପଣା ବାଟ ନିଜେ ଖୋଜି ଚାଲିବାର………।

ଯିଏ ଘରୁ ଗୋଡ଼ କାଢୁ ନ୍ ଥିଲା

ସୀମିତ ହେଇଯାଉଥିଲା ଘରର ଚାରିକାନ୍ଥ ମଧ୍ୟରେ

ଡରି ଯାଉଥିଲା ରାଜରାସ୍ତାକୁ ଦେଖି ,

ଦୁନିଆଁର୍ ଭିଡକୁ ଦେଖି

ହେଲେ ,ଆଜି ଦୁନିଆଁର୍ ପରିଧିରେ

ନିଜକୁ ଖୋଜୁଛି, ଖୋଜୁଛି ପୁଣି

ନିଜର ତମାମ ଅସ୍ତିତ୍ବକୁ

ଧୀରେ ଧୀରେ ପ୍ରଚେଷ୍ଟା କରୁଛି ମା

ଗୋଟେ ନୂଆ ଅସ୍ତିତ୍ବର୍ ଛାଞ୍ଚରେ 

ନିଜକୁ ଢାଳିଦବା ପାଇଁ……….।

ଯେତେବେଳେ ନିଜକୁ ଏକା ପାଉଥିଲି

ସେତେବେଳେ ତୋ ସହ ବସି 

କେତେ ଯେ କଥା ବଖାଣୁଥିଲି

ହସୁଥିଲି ପୁଣି କଥା କଥାରେ ହସାଉଥିଲି

ହେଲେ ,ଆଜି ଏଠି କେବଳ 

ସେଇ ସ୍ମୃତିକୁ ରୋମନ୍ଥନ କରି 

ନିଜକୁ ପ୍ରସ୍ତୁତ କରୁଛି ମା

ଏଇ ଦୁନିଆଁ ଭିତରେ 

ନିଜକୁ ନିଜର ସଖା କରି 

ହାତରେ ହାତ ଦେଇ ଆଗେଇବା ପାଇଁ……।

ମା ଆଜିବି ମନେଅଛି

ମୁଁ ନ ଖାଇଲେ କେତେ କଥା କହି

ଗେଲ ବସର କରି ଖୁଆଇ ଦେଉଥିଲୁ

ଜାଣି ପାରୁ ନ ଥିଲି ଭୋକ କ'ଣ

ଆଉ ଶୋଷ କ'ଣ ବୋଲି

ହେଲେ ,ଏବେ ଅନୁଭବ କରୁଛି ମା

ନିଜକୁ ନିଜେ ବୁଝେଇ ସୁଝେଇ

ଦୁନିଆଁର ପରିଧିରେ ତିଆରୁଛି ନିଜକୁ

ଗୋଟେ ନିଖୁଣ କାରିଗର ଭାବରେ…..।

ଏଇ ଦୁନିଆଁ ସତେ ଭଵର ସମୁଦ୍ରଟିଏ

କୂଳ ର୍ ଦେଖାନାହିଁ ଦୂର ଦିଗବଳୟ ଯାଏଁ

ଚାଲିଛି ଗୋଟେ କଦଳୀ ମଞ୍ଜକୁ ଆଶ୍ରାକରି

ଦୁଇ ହାତକୁ ଆହୁଲା କରି

ଅକାତ କାତ ପାଣିରେ ଭୟଲାଗୁଛି

ଆଶଙ୍କା ହେଉଛି ଡ଼ଙ୍ଗା ଓଲଟି ଯିବାର

ହେଲେ ,ଡ଼ଙ୍ଗା ବାହିବାକୁ ପଡିବ

ଜାଣିନି ପହଁରା କିନ୍ତୁ ,

ଓଲଟିଲେ ଡ଼ଙ୍ଗା ପହଁରିବାକୁ ପଡିବ

ପାଣି ପିଇ ମଧ୍ୟ ନିଜକୁ ସଳଖିବାକୁ ପଡିବ

ମୁଁ ଶିଖୁଛି ମା ଆସ୍ତେ ଆସ୍ତେ 

ପରିସ୍ଥିତି ଆଗରେ କ୍ରୀଡ଼ନକ ଟିଏ ହେଇ….।

ତୋର ଅଭାବଟା ସବୁବେଳେ ଅନୁଭୂତ ହଉଛି

ସତରେ ତୋର ଭଲ ପାଇବା

କେତେ ସ୍ୱଚ୍ଛ, କେତେ ନିର୍ମଳ ମା

ତୋର ସ୍ନେହ,ମମତା ଅମୂଲ ମୂଲ

କେତେବେଳେ କିଛି ସୁଖଦୁଃଖ ଜାଣିପାରୁ ନ ଥିଲି

ଆଜି ତତେ ସବୁବେଳେ ଖୋଜୁଛି

ତୋ ବିନା ସବୁ ଅନ୍ଧକାର ଲାଗୁଛି

ତଥାପି ଚାଲୁଛି ମା ଆସ୍ତେ ଆସ୍ତେ

ପାଦକୁ ପାଦ ଥାପି 

ଗୋଟେ ଗୋଟେ ପାଦ ଆଗକୁ ବଢ଼େଇ

ନୂଆ ରାହାର୍ ସନ୍ଧାନରେ 

ପ୍ରଦୀପଟିଏ ନିଜକୁ ସଜେଇ………।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy