STORYMIRROR

Prafulla Chandra Mishra

Fantasy

3  

Prafulla Chandra Mishra

Fantasy

ପଞ୍ଚବଟୀରେ ଶ୍ରୀରାମ

ପଞ୍ଚବଟୀରେ ଶ୍ରୀରାମ

2 mins
131


ସ୍ଵଂୟ ନାରାୟଣ, ହୋଇ ଅବତିର୍ଣ୍ଣ, ତ୍ରେତୟାରେ ରଘୁ ବଂଶରେ

ଅଯୋଧ୍ୟା ରାଜନ, ଦଶରଥ ପୂଣ୍ୟ, ବନ୍ତ ରାଣୀ ଙ୍କର ଗର୍ଭରେ

ଶ୍ରୀରାମ,

ଦୁଷ୍ଟ ସଂହାରିବେ ମହୀରେ,

ପୁରୁଷୋତ୍ତମ ସେ ପତିତପାବନ ରାମ ସପ୍ତମ ଅବତାରେ ।।


ମହାସତୀ ସୀତା ଅବନୀ ଦୁହିତା ପତ୍ନୀ ପ୍ରୀୟବତୀ ସୁଧନ୍ୟା

ଅନୁଜ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଇତିହାସ କରେ ବର୍ଣ୍ଣନା

ପିତୃଙ୍କ

ସତ୍ୟ ପାଳିବାର କାମନା

କରି ତ୍ୟକ୍ତ କଲେ ରାଜ ସିଂହାସନ ଅଯୋଧ୍ୟା ଆକାଶ ଚନ୍ଦ୍ରମା ।।


ଅନୁଜ ଲକ୍ଷ୍ମଣ ସୀତାଦେବୀ ଶୂନ୍ୟ କରି ଅଯୋଧ୍ୟା ରାଜପୁର

ଗଙ୍ଗା ପାର ହୋଇ ଚିତ୍ରକୂଟେ ଯାଇ ଦର୍ଶନେ ଅତ୍ରି ମୁନିବର

ଆଶ୍ରମ

ପ୍ରବେଶି ବନ୍ଦିଲେ ପୟର

ଅରୁନ୍ଧତୀ ସତୀ ସଙ୍ଗେ ମୁନି ଅତ୍ରି ଆନନ୍ଦେ ହୁଅନ୍ତି ଅଧୀର ।।


ଗୁହକ ଶବର ମିତ୍ର ରାମଙ୍କର ବନ ଫଳ ମୂଳ ଫୁଲରେ

ଆପ୍ୟାୟିତ କରେ ଉତ୍ଫୁଲ୍ଲ ଚିତ୍ତରେ ଧ୍ୟାଇ ସୀତା ରାମ ମନରେ

ବରଷା

କାଳ କାଟିଲେ ଆଶ୍ରମରେ

ପ୍ରବେଶେ ଶିଶିର ହୋଇଲେ ବାହାର ଯିବାକୁ ଆଗକୁ ବନରେ ।। 


ପଞ୍ଚବଟୀ ବନେ ଅଗସ୍ତି ଆଶ୍ରମେ ପ୍ରବେଶ ହୋଇଲେ ଶ୍ରୀରମ

ଅତି ମନୋହର ଅପୂର୍ବ ସୁନ୍ଦର ଦିଶଇ ପଞ୍ଚବଟୀ ବନ

ସେରୂପ

ବିମୁଗ୍ଧେ ଦେଖନ୍ତି ଲକ୍ଷ୍ମଣ

ଦେଖି ଦେବୀ ସୀତା ସତେକି ଏ “ଚିତ୍ରା ବଳି” କି ଦେଖିଲା ନୟନ ।।


ରାଜ ଉଆଷରେ ଗେଲ ବସରରେ ବଢିଥିଲେ ରଜ କୁମାରୀ

ପ୍ରକୃତି ସୌନ୍ଦର୍ଯ୍ୟ ଦେଖିଲେ ଆଶ୍ଚର୍ଯ୍ୟ ନୃତ୍ୟାଙ୍ଗେ ମୟୂର ମୟୂରୀ

ଗହଳ

ଲତା କୁଞ୍ଜତଳେ ଚାତୁରୀ

ଶୁକ ପିକ କାକ କୋକିଳ ଡାହୁକ ରବ‌ ସତେ ବାଜେ ମହୂରୀ ।। 


ବହି ଯାଉଅଛି ଗୋଦାବରୀ ନଦୀ ଶୀତଳ ପବିତ୍ର ସଲିଳ 

ମାଳ ମାଳ ନାନା ଜାତି ଫୁଲ ଫୁଟି ଅପରୂପ ରାଶି ସମ୍ଭାର

ସୀତୟା

ବୋଲନ୍ତି ଶୁଣ ରଘୁବୀର

ଏବନ ସୁନ୍ଦର ମନ ମୁଗ୍ଧକର ତୋଳିବା ହେ ପର୍ଣ୍ଣ କୁଟୀର ।।


ସୀତୟା ଙ୍କ ବାଣୀ ଶୁଣି ରଘୁମଣି ଆଦେଶିଲେ ବୀର ଲକ୍ଷ୍ମଣ

ପଞ୍ଚବଟୀ ବନେ ରହିବା ବିଶ୍ରାମେ କରରେ କୁଟୀର ନିର୍ମାଣ

ଲକ୍ଷ୍ମଣ

କୁଟୀର ଭୁବନେ ଅନନ୍ୟ

ସେ ପତ୍ର କୁଟୀର ଆହା କି ସୁନ୍ଦର ଅବର୍ଣ୍ଣନିୟ କି ସୁସମ ।।


ବହୁ ମୁନି ରୁଷି ଗୋଦାବରୀ ନଦୀ କୂଳେକୂଳେ ରମ୍ୟ ଆଶ୍ରମ 

ଶିଷ୍ୟ ଙ୍କ ମେଳରେ ବ୍ରାହ୍ମ୍ୟ ମୁହୁର୍ତ୍ତ ରେ ପ୍ରଣବ ଓଁକାର ତାନ

ଉଛୁଳେ

ପବିତ୍ର ନାଦରେ କାନନ

ପ୍ରତି ଆଶ୍ରମ ରୁ ଚନ୍ଦନ ଅଗରୁ ମହକି ଯାଉଛି ପବନ ।।


ଏମନ୍ତ ପବିତ୍ର ଗୋଦାବରୀ ତୀର୍ଥ ପୁଳିନେ ପଞ୍ଚବଟୀ ବନ

ଶ୍ରୀରାମ ସୌମିତ୍ରି ଦେବୀ ସୀତା ସତୀ ପତ୍ର କୁଟୀର‌ରେ ଆସିନ

ଆହା କି

ଭାଗ୍ୟ ସତେ ଏହି କାନନ

ସ୍ଵଂୟ ନାରାୟଣ ପାଇ ତା ଜୀବନ ହୋଇ ଯାଇଛି ଧନ୍ୟ ଧନ୍ୟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy