STORYMIRROR

ଫକୀର ପରିଡ଼ା

Abstract Fantasy Others

3  

ଫକୀର ପରିଡ଼ା

Abstract Fantasy Others

ନାରୀ

ନାରୀ

2 mins
139

କୁରେଇ ଫୁଲର ସକାଳ କୁହ କି

ପଦ୍ମ ଭର୍ତ୍ତି ପୋଖରୀର କଥା କୁହ

ଜହ୍ନ ରାତିର ବିମୁଗ୍ଧ ପଣ କୁହ କି

ନାଚ ଭର୍ତ୍ତି ସ୍ୱପ୍ନର କଥା କୁହ

ଏ ସବୁର ପୁଣ୍ୟତା କିଛି ନାହିଁ

ଯଦି ନାରୀଟିଏ

ସଙ୍ଖୋଳିବାକୁ ନାହିଁ ମାଟିର ବୈକୁଣ୍ଠ ।

ନାରୀ ବର୍ଷାନ୍ତ ଆକାଶକୁ

ସଜେଇ ପାରେ

ବନ୍ଦାପନା ଥାଳି

ପବନର ଧୂନ୍ କୁ

ସଜାଇ ପାରେ

ଶବ୍ଦମୟ ମାଳି।

ଦୁଃଖକୁ ଦାରୁବ୍ରହ୍ମ

ଲୁହକୁ ମୁକ୍ତା

ଗୀତକୁ ଗୀତ ଗୋବିନ୍ଦ ସଜାଇ

ଚିରକାଳ ହସୁ ଥାଏ

ଦେବୀଟିଏ ପରି।

ନାରୀ,

ଭାର ବହିପାରେ

ନାଆ ବି ବାହିପାର

ପଉଷକୁ ସଜାଇପାରେ

ପାରିଜାତ ଫୁଲ

ନାରୀ,

ନିଆଁ ହୋଇ ଜଳିପାରେ

ନିଆଁରେ ବି ଚାଲିପାରେ

ନିଆଁକୁ ବି

କରି ପାରେ ଗେଲ।

ନାରୀ,

ପାପୁଲିରେ ମାପି ପାରେ

ପାହାଡ଼ର ଅସହ୍ୟତାପଣ

ମୁହଁ ଦେଖି ମାପି ପାରେ

ଅନ୍ତର ସ୍ପନ୍ଦନ

ସୃଷ୍ଟି ସାରା ଅପବାଦକୁ

ଗର୍ଭସ୍ଥ କରି ପାରେ

ଏକା ଏଇ ନାରୀ

ଅଧର୍ମର ବିନାଶ ପାଇଁ ପୁଣି

ସାଜିପାରେ ବିଶ୍ୱରୂପା

ଦୁର୍ଗା ମାଆ କାଳୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract