STORYMIRROR

Rajesh Kumar

Romance Fantasy Others

3  

Rajesh Kumar

Romance Fantasy Others

ବସ୍ ଓ ପ୍ରଥମ ଦେଖା { part 1}

ବସ୍ ଓ ପ୍ରଥମ ଦେଖା { part 1}

2 mins
143


ଅପେକ୍ଷା କରିଥାଏ ଯିବାକୁ କଲେଜ, ଘଡିରେ ମୋ ବାଜିଲା ଦଶ୍ ।

ଏତିକିବେଳେ ଠିକ୍ ସମୟରେ ଆସିଗଲା ଖଲ୍ଲିକୋଟ ବସ୍ ।।


ବସ୍ ରେ ଭରି ହେଇଥିଲେ କଲେଜ୍ ପିଲା ସହ ସରକାରୀ କର୍ମଚାରୀ,

ତଥାପି କଣ୍ଡକ୍ଟରର ମନ ଭରୁନି କହେ ଜାଗା ଅଛି ଆହୁରୀ ।।


ଗହଳି ଭିତରେ ସିଟ୍ ଟିଏ ପାଇବାକୁ ବୃଦ୍ଧା ମହିଳାଙ୍କ ଇଚ୍ଛା ଭାରୀ,

ଏତିକି ବେଳେ ବୃଦ୍ଧା ମହିଳାଙ୍କୁ ନିଜ ସିଟ୍ ଦେଲେ ଜଣେ ପରୋପକାରୀ ।।


ମନରେ ମୋ ଉତ୍କଣ୍ଠା ଜାତ ହୁଏ ପରୋପକାରୀଙ୍କୁ ଦେଖିବା ପାଇଁ,

ପଛରୁ ବୁଲି ଦେଖିଲି ଯେ ପରୋପକାରୀ ସହ ସେ ସାକ୍ଷାତ ଚାନ୍ଦ ମୁହିଁ ।।


ଚଞ୍ଚଳତା ଥିଲା ଆଖିରେ ତାଙ୍କର, ମନରେ ଥିଲା ଉଦାରତା ।

ଚପଳତା ଭଳି କଥା ଯେ ସୁନ୍ଦର , ବ୍ୟବହାରରେ ଥିଲା ଶାଳୀନତା ।।


ଅଷ୍ଟମ ଆଶ୍ଚର୍ଯ୍ୟ ଲାଗିଲା ଯେମିତି ସେହି ମୁହୂର୍ତ୍ତ ପାଇଁ ,

କଣ୍ଡକ୍ଟର ଭାଇ ପଇସା ମାଗିବାରୁ ,କହିଲେ ପଇସା ଦେବେ ନାହିଁ।।


ଏତିକି କଥାରେ କଣ୍ଡକ୍ଟର ଭାଇ ରାଗ ତମ ତମ ହେଇଗଲେ,

ନାନା କଥା କହି ଗହଳି ଭିତରେ ଝଗଡ଼ା କରିବାକୁ ଲାଗିଲେ ।।


ସେ କିନ୍ତୁ ଉଛ ସ୍ଵରରେ ପ୍ରତିବାଦ କରି ସ୍ଥିତିକୁ ନିୟନ୍ତ୍ରଣ କଲେ,

ଜଲଦି ଜଲଦି ପଇସା ଦେଇ କଣ୍ଡକ୍ଟର ର ମୁହଁ ବନ୍ଦ୍ କରିଦେଲେ।।


ତାଙ୍କର ଉଚ୍ଚ ସ୍ୱର ଶୁଣି ମୋ ମନରେ ପଶିଗଲା ବଡ଼ ଛନକା,

ଭାବିଲି ସେ ବହୁତ୍ ରାଗି, ଭଲ ହେବ ମୋ ପାଇଁ ତାଙ୍କଠୁ ଦୂରରେ ରହିଲେ ଏକା।।


ଏପରି ଭାବରେ ଅଦ୍ଭୁବପୂର୍ବ ଥିଲା ସେଦିନର ତାଙ୍କ ସହ ଦେଖା ,,

ମନରେ ସ୍ଵତନ୍ତ୍ର ସ୍ଥାନ ନେଇଗଲା ଆମର ପ୍ରଥମ ଦେଖା ।।


ତା ପରଠାରୁ ତାଙ୍କ ସହ ଦେଖା କରିବାର ମାଧ୍ୟମ ହେଇଗଲା ବସ୍,

ଜଲଦି ଜଲଦି ଘଡିକୁ ଚାହିଁ ଥାଏ କେତେବେଳେ ବାଜିବ ଦଶ୍ ।।


ସେ ଦେଖୁ ନଥାନ୍ତି ମୋତେ ,କିନ୍ତୁ ମୁଁ ତାଙ୍କୁ ଦେଖୁଥାଏ ।

ପରିଚୟ ତାଙ୍କର ପାଇବା ପାଇଁ , ମନରେ ମୋ ଅଭିଳାଷ ବଢିଯାଏ ।।


କିଛି ଦିନ ପରେ ଜାଣିବାକୁ ପାଇଲି ଅତି ସୁନ୍ଦର୍ ନାମ ତାଙ୍କର,

ଦ୍ବାଦଶ ଶ୍ରେଣୀରେ ପାଠ ପଢୁଥିଲେ ସେ , ସାଙ୍ଗ ଥିଲେ ମୋ ଭଉଣୀର ।।


ସବୁଠୁ ଆଶ୍ଚର୍ଯ୍ୟ ଲାଗିଲା ଯେ , ସେ ଅଟନ୍ତି ଆମ ଅଜାଙ୍କ ଗ୍ରାମର ,

ପିଲା ବେଳେ ତାଙ୍କୁ ବହୁତ୍ ଦେଖିଛି, ସାଧବ ବୋହୂ ଓ କଣ୍ଢେଇ ଖେଳ ଖେଳିବାର ।।


ପ୍ରଥମେ ପ୍ରଥମେ ସେ ରାଗି ବୋଲି ଭାବିଥିଲି , ଭୁଲ୍ ଥିଲା ମୋ ଚିନ୍ତାଧାରା ।

ପରେ ଜାଣିଲି ଉଦାରତା ପୂର୍ଣ୍ଣ ମନ ଯେ ତାଙ୍କର , ହୃଦୟ ଟା ପୂର୍ଣ୍ଣ ଆବେଗ ଭରା ।।


ଅସୁମାରୀ ସ୍ବପ୍ନ ସୃଷ୍ଟି ହେଇଯାଏ ,ଗୋଟେ ପରେ ଗୋଟେ ଏଇ ମନରେ ।

ଖୁସିର ଲହରୀ ଖେଳି ଉଠୀଯାଏ, ତାଙ୍କ ସହ ଦେଖା ହୁଏ ଯେବେ ବସ୍ ରେ ।।





Rate this content
Log in

Similar oriya poem from Romance