STORYMIRROR

Rajesh Kumar

Comedy Inspirational Others

3  

Rajesh Kumar

Comedy Inspirational Others

ଅସୀମିତ ବନ୍ଧୁତା (By RAJESH KARJI)

ଅସୀମିତ ବନ୍ଧୁତା (By RAJESH KARJI)

2 mins
203

ପରମ,ସରୋଜ ଓ ରାଜେଶ ନାମରେ,

ତିନି ଜଣ ଥିଲେ ବ୍ରହ୍ମପୁର ସହରରେ ।

ସରକାରୀ ଚାକିରୀ ପାଇବା ଲକ୍ଷ୍ୟରେ , 

ତିନିଜଣ ପାଠ ପଢ଼ିଲେ ବାଣିକ କୋଚିଂରେ । 


 ସେମାନେ ପରସ୍ପର ଥିଲେ ଅଚିହ୍ନା ଅଜଣା,

  କିନ୍ତୁ ସମସ୍ତଙ୍କ ହୃଦୟରେ ଥିଲା ଗୋଟିଏ ଭାବନା ।

 

ପାଠ ପଢିବା ସଙ୍ଗେ ସଙ୍ଗେ ହେଲା ମଜା ମସ୍ତି, 

ଦିନକୁ ଦିନ ଘନିଷ୍ଠ ହେଲା ତାଙ୍କର ଦୋସ୍ତି ।

 ଏତିକି ସମୟରେ ପ୍ରବେଶ ହୁଏ ଆଉ ଦୁଇ ଜଣଙ୍କର,, 

ରୋଜା ଓ ଟିନା ବୋଲି ,ବାଲ୍ୟ ବନ୍ଧୁ ଅଟନ୍ତି ପରମ ର ।

 

ରୋଜା ଓ ଟିନା ସିନା ଥିଲେ ଆମ ପାଇଁ ଅଜଣା, 

କିନ୍ତୁ ସେମାନେ ଦୁହେଁ ଥିଲେ ପରମ ର ଆପଣା ।

 

ତିନି ଜଣ ସାଙ୍ଗରୁ ଏବେ ପାଞ୍ଚ ହେଇଗଲେ, 

ବ୍ରହ୍ମପୁର ରେ ଘିରି ଘିରି ବୁଲିବାକୁ ଯୋଜନା କରିଲେ ।

 

ତାମ୍ପରା ହ୍ରଦ ଠାରୁ ଆରମ୍ଭ କରି ବୁଲିଦେଲେ ମା ବାଳକୁମାରୀ , 

ତଥାପି ସମସ୍ତଙ୍କ ଇଚ୍ଛା ବୁଲିବାକୁ ଆହୁରୀ ।


ହଠାତ୍ ଦିନେ ଟିନା ତାଙ୍କ ଜିନା ଦିଦୀଙ୍କୁ ପରିଚିତ କରାଇଲେ, 

ଜିନା ଦିଦୀ ବହୁତ୍ ସାରା ଖାଇବାକୁ ଦେଇ ଆମକୁ ରୁଣି କରିଦେଲେ ।

 

ସେହି ଋଣ କୁ ପରିଶୋଧ କରିବା ପାଇଁ, 

ମୁଁ ନିମନ୍ତ୍ରଣ ଦେଲି ଆସ ଚିଲିକା ବୁଲିବା ପାଇଁ ।

ଜିନା ଦିଦି ମୋ ନିମନ୍ତ୍ରଣରେ ହେଇଗଲେ ରାଜି,, 

କଥାଦେଲେ ସମସ୍ତେ ଆସିବେ ନିହାତି ।


 ସତରେ ବଡ଼ ବିଚିତ୍ର ଏହି ପ୍ରକୃତିର ସୃଷ୍ଟି, 

ଏମିତି ଅଳ୍ପ ଦିନରେ ଗଠନ ହେଲା ଆମ ଗୋଷ୍ଠୀ ।

 

ଆମ ଗୋଷ୍ଠୀ ରେ ସରୋଜ ସବୁଠୁ ବଡ଼ ଚତୁର, 

ସବୁ କାମକୁ କରିଦିଏ ଅତି ସହଜ ଓ ସୁନ୍ଦର ।

ପାଠରେ ସବୁଠୁ ଆଗରେ ,ଗଣିତରେ ଏକ ନମ୍ବର, 

ସେଥିପାଇଁ ଆଜି ଯାଏଁ ଆସିନି ତା ପାଖକୁ କୌଣସି ରଂଗ ନମ୍ୱର ।

 

ପରମ ସମସ୍ତଙ୍କ ହୃଦୟରେ କରେ ରାଜ୍, 

ପରମ ଠୁ ଦୁରେଇବାକୁ ସବୁ ରାଧା ହୁଅନ୍ତି ନାରାଜ୍ ।

ଵାନିକ୍ ରେ ସବୁ ରାଧା ଘୋଷୋନ୍ତି ପରମ୍ ପରମ୍ , 

ପରମ ଉତ୍ତର ନଦେଲେ ସବୁ ହେଇଯାଆନ୍ତି ନରମ୍ ।

 

ରୋଜା ବ୍ୟବହାରରେ ଅଟନ୍ତି ବହୁତ୍ ସରଳ, 

ବ୍ରହ୍ମାଙ୍କ ସୃଷ୍ଟିରେ ସେ ଅତ୍ୟନ୍ତ ବିରଳ ।

ସବୁ କଥାକୁ ବୁଝି ଯାଆନ୍ତି ଅତି ସହଜରେ, 

ବେଳେ ବେଳେ ହଜି ଯାଆନ୍ତି ଆପଣା ଦୁନିଆରେ ।


ଟୀନାର ମସ୍ତିଷ୍କ ସମସ୍ତଙ୍କଠୁ ଅତ୍ୟନ୍ତ ପ୍ରଖର, 

ବୁଲାବୁଲି କରିବାରେ ,ସେ ସବୁଠୁ ଧୁରନ୍ଧର ।


 ସମସ୍ତଙ୍କଠୁ ଆଗରେ ଚାଲେ ତା'ର ଦୁଇ ପାଦ, 

ଇଚ୍ଛା କରେ ସବୁବେଳେ ଖାଇବାକୁ ନାନା ପ୍ରକାର ଖାଦ୍ୟ ।

 ସରୋଜ ଓ ଟୀନା ର ସବୁବେଳେ ଝଗଡ଼ା, 

କହେ ଗୋଷାଣୀ ନୂଆଗାଁ ପିଲା ଭାରି ‍ଥବୋଡା ।


ମହାନ୍ ଅଟନ୍ତି ଆମର ପ୍ରିୟ ଜିନା ଦିଦି, 

ପରିବାରକୁ ଚଳେଇବା ସଙ୍ଗେ ସମ୍ଭାଳିଛନ୍ତି ଟୀନାର ଜିଦ୍ଦି ।

ଟୀନାର ଟିକେ ମିଠା କଥାରେ ହୋଇଯାଆନ୍ତି ଭୋଳା ,

ପଇସା ପତ୍ର ଦେବାରେ କରନ୍ତିନି ଅବହେଳା । 

 

ଧନ୍ୟ ଆମେ ସମସ୍ତେ ଯେ ,ଆପଣ ଆମ ଗୋଷ୍ଠୀ ରେ ଅଛନ୍ତି, 

ସମସ୍ତଙ୍କର ପ୍ରେରଣା ଓ ଆଦର୍ଶର ଉଦାହରଣ ଆପଣ ଅଟନ୍ତି ।

 

ପରିଶେଷରେ ଆସୁଛି ମୋ ନିକଟକୁ, 

ଏମିତି କିଛି ନାହିଁ ତମମାନଙ୍କୁ କହିବାକୁ ।

 ସମସ୍ତଙ୍କ ଉପସ୍ଥିତି ମୋତେ ଦେଇଥାଏ ବହୁତ୍ ସାହାସ, 

ମନରେ ଭରିଦିଏ ଅସୁମାରୀ ଆଶା ଓ ଅସଂଖ୍ୟ ହସ ।

 

ଚିର ଋଣି ହୋଇ ରହିବି ପ୍ରଭୁଙ୍କ ନିକଟରେ , 

ସବୁବେଳେ ଆଶୀର୍ବାଦ କରନ୍ତୁ ପ୍ରଭୁ ସବୁ ପରିସ୍ଥିତିରେ ।

ସମସ୍ତଙ୍କ ଆଶା ଓ ଆକାଂକ୍ଷା କୁ ପୂରଣ କରନ୍ତୁ, 

ବନ୍ଧୁତାର ସୂତା ଖିଅରେ ସମସ୍ତେ ବାନ୍ଧି ହୋଇ ଥାଆନ୍ତୁ ।



Rate this content
Log in

Similar oriya poem from Comedy