STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

କମଳ କହୁଛି ରେଜେଇକୁ

କମଳ କହୁଛି ରେଜେଇକୁ

1 min
360


କମଳ କହେ ରେଜେଇ ଭାଇ

   ଚାଲ୍‌ ପଡ଼ିବା ଶୋଇ,

ଶୀତ ତ ନାହିଁ ଆମଠିଁ ଆଉ 

   କାର୍ଯ୍ୟ ବି କିଛି ନାହିଁ।

ହେଁସ ମ‌ଉସା ଭିଡିକି‌ କଚ୍ଛା‌

   କେବେଠୁଁ ଖସିଲାଣି‌,

ଏ ପରଯନ୍ତ‌ ଶୀତର ସ୍ପର୍ଶ

    ଦେହରେ ବାଜିଲାନି।

ମଣିଷ ଭାଇ ଖୋଜିଲା ନାହିଁ

   ବାକ୍ସରେ ଆମେ ଥାଇ‌,

ଆରାମ କରି ପଡ଼ିବା ଶୋଇ 

    ତ କିଛି ଦିନ ପାଇଁ।

ଫ୍ଯାନ୍‌,କୁଲର,ଏସି‌ ଖଟନ୍ତୁ 

    ଆମର ମିଳୁ ରେଷ୍ଟ‌୍,

ସବୁ ଜିନିଷ ଭଳି ଏ ଶୀତ

   ହେଲାଣି ଡୁପ୍‌ଲିକେଟ୍‌।

କହେ ରେଜେଇ କମଳ ଭାଇ

   ଯାହା କହିଲୁ ସତ,

ଏ ସବୁ ପାଇଁ ମଣିଷ ଦାୟୀ

   ନାହିଁ ଏଥିରେ ମିଛ।

କାଟିଲା‌ ଗଛ ଜଙ୍ଗଲ ନଷ୍ଟ,

   ଗଢି‌ଲା କାରଖାନା,

ଦୂଷିତ ଜଳ କରେ ବିଷାକ୍ତ

   ପ୍ରକୃତି ଆନମନା।

ଗାଡି ମଟର ବିଷାକ୍ତ ଧୂଆଁ

    ବାୟୂର ପ୍ରଦୂଷଣ,

ତେଣୁ ହରାଏ ପ୍ରକୃତି ରାଣୀ

    ଆପଣା ସନ୍ତୁଳନ।

ପାଚିଲା ଧାନ ଆଜି ଉଜୁଡେ

   ମାଡ଼ି ଆସୁଛି ବାତ୍ୟା,

ଅଦିନେ ଲଘୁଚାପ ସୁନାମି

   ଉଡୁଛି ଭାଗ୍ୟ ଛତା।

ଏହି ଶୀତୁଆ ଦିନିଆ କଥା

   ମନେ ପଡୁଛି ଭାଇ,

ହେଁସ ,କତରା‌ ,କନ୍ଥା,କମଳ,

   ଶୀତ ସମ୍ଭାଳେ ନାହିଁ।

ଓଠରେ‌ ଓଠ ଦାନ୍ତରେ‌ ଦାନ୍ତ

   ହୁଅଇ‌ ଠକଠକ‌,

ବୁଢ଼ା ବୁଢିଏ‌ ଡାକୁଥାଆନ୍ତି‌

   ରଖ‌ ହେ ପ୍ରଭୁ ରଖ‌।

ସକାଳେ ଏଇ ଛୁଆଙ୍କ ବେକେ 

   ଲୁଙ୍ଗିକି ବାନ୍ଧେ ମାଆ, 

କହିବ ପୁଅ ଠୋଲା‌ ଜାଳିକି

   ନିଆଁ ପାଇବୁ ଯାଆ‌।

କଙ୍କଡ଼ା ଛେରା ରକଟା‌ ମାଟି

   ଧାନକଟାର‌ ବେଳ,

କୋହଲା ବାଆ‌ ସୁଲୁସୁଲୁଆ

   କଣ୍ଟେଇକୋଳି‌ ତୋଳ ।

ପୋଖରୀ ଜଳ ଦେଖିଲେ‌ ଡର

   ଗାଧୁଆ ବେଳେ‌ କାନ୍ଦ,

ପିଲାଙ୍କ ପାଇଁ ସେବେଳେ କିନ୍ତୁ

    ଶୀତ ଲାଗ‌ଇ ମନ୍ଦ।

ପୁଷୁମାସିଆ ଶୀତଟା ଟାଣ

    ଚମ ଫଟାଇ ଦିଏ,

ମାଘମାସିଆ ବାଘୁଆ ଶୀତ 

    ଭାରି ଡର‌ଉ ଥାଏ‌।

ତଥାପି ଶୀତ ପ୍ରକୃତ ମିତ

   ଦେହକୁ ରଖେ ସୁସ୍ଥ,

କମଳ ଆଉ ରେଜେଇ ବାଣୀ

   ଶୁଣି ମୁଁ ଆନନ୍ଦିତ‌।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy